ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପକ୍ଷରୁ ଓଡ଼ିଶାର ଗଣପର୍ବ ରଜ ପାଳନ ହୋଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବକୁ ଭର୍ଚୁଆଲ୍ ଜରିଆରେ ପାଳନ କରାଯାଇଥିଲା। ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।କରୋନା ମହାମାରୀ ପାଇଁ ଆସୋସିଏସନର ସଦସ୍ୟମାନେ ଏକ ଭଜନ ପରିବେଷଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମହାପ୍ରଭୁଙ୍କ କୃପାରୁ ଓଡ଼ିଶାରେ ଚିକିତ୍ସିତ କୋଭିଡ ଆକ୍ରାନ୍ତମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଆସୋସିଏସନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ଆସୋସିଏସନର ମହିଳା ସଦସ୍ୟାମାନେ ରଜ ଦୋଳି ଗୀତର ଏକ ଭିଡିଓ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଆଇପିଏସ୍ ଅଫିସର ଅରୁଣ ବୋଥ୍ରା, ଆୟରଲ୍ୟାଣ୍ଡରେ ଥିବା ଭାରତୀୟ ଦୂତ ପି.କେ ସାହୁ, ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ରୋଜାଲିନ୍ ପାଟ୍ଟସାଣୀ ମିଶ୍ର, ଆଦ୍ୟେଶା ଦାଶ ପ୍ରମୁଖ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here