ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟାରଲାଣ୍ଡରେ କାର୍ଯ୍ୟରତ ଥିବା ପ୍ରବାସୀ ଓଡ଼ିଆ ସଂଗଠନ (ଆଇରୀଶ ଓଡ଼ିଆ ଆସୋସିଏସନ) ପାଳିଛନ୍ତି ବୋଇତ ବନ୍ଦାଣ ଉତ୍ସବ। କରୋନା ମହାମାରୀ କାରଣରୁ ଗତ ଶନିବାର ଅନଲାଇନ ପ୍ଲାଟଫର୍ମରେ ଏହି ଉତ୍ସବ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆୟାରଲାଣ୍ଡରେ ରହୁଥିବା ଓଡ଼ିଆ ପ୍ରବାସୀଙ୍କ ଛଡା ବିଶ୍ୱର ଅନ୍ୟାନ୍ୟ ଦେଶମାନଙ୍କରେ ରହୁଥିବା ଓଡ଼ିଆ ପ୍ରବାସୀମାନେ ମଧ୍ୟ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଓଡ଼ିଆ ସଂଗୀତ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରାରର ପୁନରାବୃତ୍ତି କରାଯାଇଥିଲା।

ପ୍ରଥମେ ସଂଗଠନର ବରିଷ୍ଠ କାର୍ଯ୍ୟକର୍ତ୍ତା ଡଲି ମିଶ୍ର ମହାପ୍ରଭୁ ଜଗନ୍ନାଥଙ୍କର ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡଙ୍ଗା ତିଆରିଠାରୁ ଆରମ୍ଭକରି ବିଭିନ୍ନ ରକମର ଝୋଟି ଏବଂ ଓଡ଼ିଆ ପିଠାପଣାର ସମାଗମ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ନିଜ ଜନ୍ମ ସ୍ଥାନରୁ ଏତେ ଦୂରରେ ରହି ମଧ୍ୟ ପ୍ରବାସୀ ଓଡ଼ିଆମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖିଥିବାରୁ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କଠାରୁ ସେମାନଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ଓଲିଉଡ ଅଭିନେତା ଆକାଶ ଦାସ ନାୟକ , ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଅନଲାଇନ ପର୍ବରେ ସାମିଲ ହୋଇଥିଲେ।

Comment