ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲିଙ୍ଗ ତାରତମ୍ୟ ହ୍ରାସ ପାଇଛି। ଏହା ବର୍ତ୍ତମାନ ପ୍ରାକୃତିକ ଅନୁପାତ ସହ ସମାନ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ନାଚୁରାଲ ସେକ୍ସ ରେସିଓ ଆଟ ବର୍ଥ ବା ଏସଆରବି ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଲଗାତାର ବୃଦ୍ଧି ପାଇଛି।

ଭାରତର ଜନଗଣନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୮ ମସିହା ଆରମ୍ଭରେ ପୁରୁଷ ଓ ସ୍ତ୍ରୀଙ୍କ ହାର ୧୦୦୦:୯୨୮ ଥିବାବେଳେ ୨୦୧୯ବର୍ଷ ଶେଷରେ ଏହା ୯୫୨ରେ ପହଞ୍ଚିଛି,  ଯାହାକି ଜାତୀୟ ହାର ସହିତ ସମାନ। ଯେଉଁ ରାଜ୍ୟରେ ପୁରୁଷ-ସ୍ତ୍ରୀ ହାର ଜାତୀୟସ୍ତରଠାରୁ ଅଧିକ ରହିଛି ସେଗୁଡ଼ିକ ମୁଖ୍ୟତଃ ଉତ୍ତରପୂର୍ବ ରାଜ୍ୟ ଓ କେରଳ।

ତିନୋଟି ରାଜ୍ୟରେ ଏହି ସ୍ଥିତି ଖରାପ ଓ ସେହି ରାଜ୍ୟଗୁଡ଼ିକ ହେଲା ହିମାଚଳ ପ୍ରଦେଶ, ଛତିଶଗଡ଼ ଓ ଆସାମ। ଅନ୍ୟପଟେ ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଏନେଇ କୌଣସି ତଥ୍ୟ ମିଳୁନାହିଁ।

Comment