ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ୮ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ୮ରାଜ୍ୟ କର୍ଣ୍ଣାଟକ, ମିଜୋରାମ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ତ୍ରିପୁରା, ଝାଡ଼ଖଣ୍ଡ, ହରିୟାଣାରେ ନିଯୁକ୍ତ ହୋଇଛନ୍ତି ନୂତନ ରାଜ୍ୟପାଳ। ଏନେଇ ରାଷ୍ଟ୍ରପତି ଭବନରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୋଟିଏ ପଟେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହେଉଥିବାବେଳେ, ଏହା ପୂର୍ବରୁ ଆଜି ରାଜ୍ୟପାଳମାନଙ୍କ ବଦଳି ସ୍ପଷ୍ଟ ସଙ୍କେତ ଦେଉଛି ଯେ ମୋଦୀ ସରକାର ଖୁବଶୀଘ୍ର ତାଙ୍କ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରିପାରନ୍ତି।

କିଏ କେଉଁ ରାଜ୍ୟର ରାଜ୍ୟପାଳ ?

  • ଥାବର ଚାନ୍ଦ ଗେହଲଟ – କର୍ଣ୍ଣାଟକ
  • ହରି ବାବୁ କମ୍ଭମପତି – ମିଜୋରାମ
  • ମଙ୍ଗୁଭାଇ ଛଗନଭାଇ ପଟେଲ – ମଧ୍ୟପ୍ରଦେଶ
  • ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର – ହିମାଚଳ ପ୍ରଦେଶ
  • ପିଏସ ଶ୍ରୀଧରନ ପିଲ୍ଲାଇ – ଗୋଆ
  • ସତ୍ୟଦେବ ନାରାୟଣ ଆର୍ଯ୍ୟ – ତ୍ରିପୁରା ରାଜ୍ୟପାଳ
  • ରମେଶ ବୈଶ – ଝାଡ଼ଖଣ୍ଡ ରାଜ୍ୟପାଳ
  • ବନ୍ଦାରୁ ଦତ୍ତାତ୍ରେୟ – ହରିୟାଣା ରାଜ୍ୟପାଳ

Comment