ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲିକଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଦାୟି୍ତ୍ୱ ଗ୍ରହଣ କରିବା ଦିନରୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ।

ମାର୍ଚ୍ଚ ୨୦ରେ ଓଡ଼ିଶା ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମୀରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ତାଙ୍କ ଜାଗାରେ ବିହାର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା। ହେଲେ ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ଦିଆଯାଇଛି।

ହରିୟାଣାର ସିର୍ସା ବିଧାନସଭା ଆସନରୁ ଗଣେଶୀ ଲାଲ ବିଜେପି ଟିକେଟରେ ଏକାଧିକବାର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଗଠନ ହେବା ପରେ ଗଣେଶୀ ଲାଲଙ୍କୁ ରାଜ୍ୟପାଳ କରିବା ପାଇଁ ପ୍ରସ୍ତାବ ଆସିଥିଲା। ହେଲେ କୌଣସି କାରଣରୁ ସେ ରାଜ୍ୟପାଳ ହୋଇପାରି ନଥିଲେ।

Comment