ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବିହାର, ଜମ୍ମୁ କାଶ୍ମୀର, ହରିୟାଣା, ତ୍ରିପୁରା, ସିକିମ୍, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି।

ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ କାଶ୍ମୀର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବରିଷ୍ଠ ବିଜେପି ନେତା ଲାଲ୍ ଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ହରିଆଣା ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ହରିଆଣା ରାଜ୍ୟପାଳ ଥିବା କପ୍ତାନ ସିଂ ସୋଲଙ୍କିଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ତ୍ରିପୁରା ରାଜ୍ୟପାଳ ତଥାଗତ ରାୟଙ୍କୁ ମେଘାଳୟ ରାଜ୍ୟପାଳ କରାଯାଇଛି। ମେଘାଳୟ ରାଜ୍ୟପାଳ ଥିବା ଗଙ୍ଗା ପ୍ରସାଦଙ୍କୁ ସିକିମ୍ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

Comment