ଓଡ଼ିଶାଲାଇଭ୍ ବ୍ୟୁରୋ

ଡେଙ୍ଗୁ ରୋଗର ଲକ୍ଷଣ ଏବଂ ପ୍ରତିକାର ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା।

କରୋନା କାଳରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତାରେ ଓଡ଼ିଶାବାସୀ। ଏଯାବତ୍‌ ରାଜ୍ୟରୁ ମହାମାରୀ ଭଳି ବିପଦ ଟଳି ନଥିବାବେଳେ, ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଉଛନ୍ତି ଶହ ଶହ ଡେଙ୍ଗୁ ରୋଗୀ। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ୧୦୦ରୁ ଊର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଏନେଇ କିଛି ଦିନ ତଳେ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଥିଲେ।

ସେପଟେ ଡେଙ୍ଗୁ ରୋଗର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରୟାସ ଜାରି ରହିଛି। ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସା ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିନା ମୂଲ୍ୟରେ କରାଯାଉଛି। ଏଥିସହ ବିଭିନ୍ନ ପାର୍କ ଏବଂ ସର୍ବସାଧାରଣ ସ୍ଥାନରେ ଜମି ରହିଥିବା ପାଣିକୁ ସଫା କରି ପରିଷ୍କାର କରାଯାଉଛି। ଡେଙ୍ଗୁ ରୋଗକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।

ଡେଙ୍ଗୁ ରୋଗର ଲକ୍ଷଣ

  • ଭୀଷଣ ଜ୍ୱର ହେବା
  • ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା
  • ଥକ୍କାପଣ
  • ବାନ୍ତି ଲାଗିବା
  • ଚର୍ମରେ ଲାଲ୍ ରଙ୍ଗର ଦାଗ ଦେଖାଯିବା
  • ଆଖିରେ ଯନ୍ତ୍ରଣା ଅନୁଭବ କରିବା

ପ୍ରତିକାର

  • ପାଣି ରହୁଥିବା ପାତ୍ର, ଟାଙ୍କି ଏବଂ କୁଲର ଇତ୍ୟାଦିକୁ ଦୁଇରୁ ତିନି ମଧ୍ୟରେ ଥରେ ବଦଳାନ୍ତୁ
  • ନିୟମିତ ମଶାରୀ ବ୍ୟବହାର କରନ୍ତୁ
  • ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ ରଖିଲାଭଳି ପୋଷାକ ପିନ୍ଧନ୍ତୁ
  • ଘର ଏବଂ ଘର ଚାରିପାଖ ସ୍ଥାନ ପରିଷ୍କାର ରଖନ୍ତୁ

Comment