ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ପ୍ରକିୟା ଜାରି ହୋଇଛି। ତେଣୁ ଅଗଷ୍ଟ ୧ ସକାଳ ୬ଟାରୁ ସେପ୍ଟେମ୍ବର ୧ ସକାଳ ୬ଟା ପର୍ଯ୍ୟନ୍ତ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ସମୟରେ କ’ଣ ଖୋଲାରହିବ ଏବଂ କ’ଣ ବନ୍ଦ ରହିବ, ସେନେଇ ଏସଆରସି ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କରୋନା କାଳରେ ଜୀବନ ଜୀବିକାକୁ ପ୍ରଧାନ୍ୟ ଦେଇ ଧୀରେ ଧୀରେ ଅନ୍‌ଲକ୍ ହେଉଛି ରାଜ୍ୟ। ରାଜ୍ୟର ତିନୋଟି ସ୍ଥାନ ଭୁବନେଶ୍ଵର, କଟକ, ପୁରୀକୁ ଛାଡ଼ିଦେଲେ ସମସ୍ତ ଅଞ୍ଚଳରୁ ସପ୍ତାହନ୍ତ ସଟଡାଉନ କଟକଣାକୁ ଉଠାଇ ଦିଆଯାଇଛି। କିନ୍ତୁ ସମଗ୍ର ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ଏଥିସହ ମଲ୍ ଖୋଲିବାକୁ ଅନୁମତି ମଧ୍ୟ ମିଳିଛି।

ପୁରୀ, କଟକ, ଭୁବନେଶ୍ଵରରେ ସପ୍ତାହାନ୍ତ ସଟଡାଉନ ସମୟରେ ଜରୁରୀକାଳୀନ ସେବା ବିଜୁଳି, ଜଳଯୋଗାଣ, ଡାକ୍ତରୀ ସେବା, ଟିକାକରଣ ଇତ୍ୟାଦି ଜାରି ରହିବ। ସମଗ୍ର ରାଜ୍ୟରେ ଦୋକାନ ବଜାର ସକାଳ ୬ଟାରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋଭିଡ୍ ନିୟମ ଯେଭଳି ଉଲଙ୍ଘନ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି।

କ’ଣ ଖୋଲିବ

  • ସ୍ଥାନୀୟ ଜିଲ୍ଲାପାଳଙ୍ଖ ପରାମର୍ଶକ୍ରମେ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ
  • ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ନେବେ ମନ୍ଦିର ପ୍ରଶାସନ
  • ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଖୋଲିବ
  • ମ୍ୟୁଜିୟମ ଓ ପର୍ଯ୍ୟଟନ କ୍ଷେତ୍ରକୁ ଅନୁମତି
  • ପାର୍କ, ଓ୍ବାଟର ପାର୍କ, ନନ୍ଦନକାନନ, ସମୁଦୂ କୂଳ ଖୋଲିବ
  • ସମସ୍ତ ଆହାର କେନ୍ଦ୍ର ଖୋଲାରହିବ
  • ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲିବ ମଲ
  • ରେସ୍ତୋରାଁ, ବାର୍, ଢ଼ାବା ୫୦ପ୍ରତିଶତ କ୍ଷମତାରେ ଚାଲିବ
  • ୫୦ପ୍ରତିଶତ ଦର୍ଶକରେ ଖୋଲିବ ସିନେମା ହଲ୍
  • ୫୦ପ୍ରତିଶତ ଦର୍ଶକରେ ଯାତ୍ରା ଓ ଅପେରାକୁ ଅନୁମତି
  • କଟକ, ଭୁବନେଶ୍ଵର, ପୁରୀରେ ଥିବା ମଲ୍ ଓ ହଲ୍ ପାଇଁ ସ୍ଵତନ୍ତ୍ର ନିୟମ
  • ଏହିସବୁ ସ୍ଥାନକୁ ଯାଉଥିବା ବରିଷ୍ଠ ନାଗରିକଙ୍କ ଟିକା ପ୍ରମାଣପତ୍ର ଜରୁରୀ
  • କଟକ, ଭୁବନେଶ୍ଵର, ପୁରୀରେ ଶନିବାର ଓ ରବିବାର ବନ୍ଦ ରହିବ ଦୋକାନ
  • ରାସ୍ତା କଡ଼ ଉଠା ଦୋକାନରେ ଖାଇବାକୁ ଅନୁମତି
  • ଖୋଲିବ ସାପ୍ତାହିକ ହାଟ
  • ରାଜ୍ୟ ଭିତରେ ବସ୍ ଚାଲୁ ରହିବ
  • ସିଟ୍ ଅନୁସାରେ ଯାଇପାରିବେ ଯାତ୍ରୀ
  • ଅଫିସିଆଲ୍ ମିଟିଙ୍ଗରେ ଶହେ ଏବଂ ଉଦ୍ଘାଟନ/ଶିଳାନ୍ୟାସ ପାଇଁ ୩୦ ଜଣଙ୍କୁ ଅନୁମତି
  • ପ୍ରତିଯୋଗିତାମୂଳକ ପରୀକ୍ଷା ଜାରି ରହିବ

କ’ଣ ବନ୍ଦ

  • ଧାର୍ମିକ ପୀଠକୁ ଭୋଗ ବା ପ୍ରସାଦ ନେବେନି ଶ୍ରଦ୍ଧାଳୁ
  •  ଧାର୍ମିକ, ରାଜନୈତିକ, ସାମାଜିକ ବୈଠକକୁ ବାରଣ
  • ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ଅନୁମତି ନାହିଁ
  • ବିବାହ, ଶୁଦ୍ଧିକ୍ରିୟାରେ ଭୋଜିଭାତ ମନା
  • ପାର୍ସଲ ଜରିଆରେ ଦିଆଯିବ ଖାଦ୍ୟ ସାମଗ୍ରୀ
  • ଆନ୍ତଃରାଜ୍ୟ ବସ୍ ଚଳାଚଳ କରିବ ନାହିଁ

Comment