ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଜଣେ ଶତାୟୁ ବୃଦ୍ଧ। ବୃଦ୍ଧ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଝାରପଡା ଅଞ୍ଚଳର ବୃନ୍ଦାବନ ସାମଲ। ଜୁଲାଇ ୨୬ରେ ସେ ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସେ କୋଭିଡକୁ ମାତ୍ ଦେଇ ଘରକୁ ଫେରିଛନ୍ତି।

ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। କରୋନା ସଂକ୍ରମଣ ହେବାପରେ ସେ ନିମୋନିଆରେ ପୀଡ଼ିତ ହେବା ସହ ଠିକ୍ ଭାବରେ ନିଃଶ୍ୱାସ ନେଇପାରୁନଥିଲେ ଏବଂ ତାଙ୍କର କିଡ୍‌ନୀ ଜନିତ ସମସ୍ୟା ମଧ୍ୟ ରହିଥିଲା।  ଏସବୁ ସମସ୍ୟା ଭିତରେ ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କର ଉତ୍ତମ ଚିକିତ୍ସା ଯୋଗୁଁ ଆଜି ସେ ସୁସ୍ଥ ହୋଇପାରିଛନ୍ତି।

ଅନ୍ୟପଟେ ବୃଦ୍ଧଙ୍କ ପରିବାର ଲୋକ ଖୁସି ହୋଇ ସମ୍ କୋଭିଡ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀମାନଙ୍କ ପ୍ରଶଂସା କରିଛନ୍ତି। ଖାଲି ବୃନ୍ଦାବନ ସାମଲ ନୁହଁନ୍ତି, ପୂର୍ବରୁ କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ୯୦ବର୍ଷରୁ ଊର୍ଦ୍ଧ୍ୱ ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ଏହି ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here