ଓଡ଼ିଶାଲାଇଭ୍ ବ୍ୟୁରୋ

ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ପାଇବେ ଶାରଳା ପୁରସ୍କାର। ଏଥିପାଇଁ ତାଙ୍କୁ ଉପହାର ସ୍ଵରୂପ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ କରାଯିବ। ଲେଖିକାଙ୍କ ଏହି ଉପନ୍ୟାସଟି ପଶ୍ଚିମା ପବ୍ଲିକେଶନ ଦ୍ଵାରା ପ୍ରକାଶିତ।

ଚଳିତ ବର୍ଷ କୋଭିଡ ପାଇଁ କୌଣସି ସମାରୋହ ଉତ୍ସବ ଆୟୋଜନ କରାଯିବ ନାହିଁ। ବ୍ୟକ୍ତିଗତ ଭାବେ ପାରମିତା ଶତପଥୀଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଇମ୍ପାକ୍ଟ ପକ୍ଷରୁ ସୂଚନା ମିଳିଛି।

୧୯୮୦ମସିହାରୁ ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି। ଖୁବଶୀଘ୍ର ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ପ୍ରଦାନ କରାଯିବ ବୋଲି ମଧ୍ୟ ସୂଚନା ରହିଛି।

Comment