ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ପାଇଁ ଖୁସି ଖବର। ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା। ଏକମାତ୍ର ଭାରତୀୟ ଭାବେ ଜାଭେଲିନରେ ପଦକ ଜିତିଛନ୍ତି ନୀରଜ। ଆଜି ଗୋଟିଏ ଦିନରେ ଦେଶକୁ ମିଳିଛି ଦୁଇ ଦୁଇଟି ପଦକ। କିଛି ସମୟ ପୂର୍ବରୁ ହରିୟାଣାର ଆଥଲେଟ ବଜରଙ୍ଗ ପୁନିଆ କୁସ୍ତିରେ ବ୍ରୋଞ୍ଜ ଜିତି ଭାରତକୁ ଗର୍ବିତ କରିଥିଲେ।

ନୀରଜଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ କ୍ରୀଡ଼ାବିତମାନେ ଟୁଇଟ କରି ଆଥଲେଟ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୀରଜଙ୍କ ଏହି ସ୍ଵର୍ଣ୍ଣ ପଦକକୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

Comment