ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାରତ ପକ୍ଷରୁ ନୀରଜ ଚୋପ୍ରାଙ୍କ ସହ ମଇଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ।     

କିଶୋର ଜେନା ଜାଭେଲିନ ଥ୍ରୋ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ ‘ଏ’ରେ ରହିଛନ୍ତି। ମଙ୍ଗଳବାର ଦିନ ୧ଟା ୫୦ ସମୟରେ ତାଙ୍କର ମୁକାବିଲା ଆରମ୍ଭ ହେବ। ସେହିପରି ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ଗ୍ରୁପ ‘ବି’ରେ ରହିଛନ୍ତି। କିଶୋରଙ୍କ ପରେ ୩ଟା ୨୦ ସମୟରେ ତାଙ୍କ ପ୍ରତିଯୋଗିତା ଆରମ୍ଭ ହେବ।

ଅମିତ ରୋହିଦାସଙ୍କ ପରେ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଖେଳୁଥିବା ଦ୍ୱିତୀୟ ଓଡ଼ିଆ ହେଉଛନ୍ତି କିଶୋର ଜେନା। ସେ ଅଲିମ୍ପିକ୍ସ ଜାଭଲିନ ଥ୍ରୋରେ ଅଂଶଗ୍ରହଣ କରିବାରେ ଓଡ଼ିଶାର ପ୍ରଥମ ଖେଳାଳି ଭାବେ ଗୌରବ ଅର୍ଜନ କରିଛନ୍ତି।  

କିଶୋର ଯୋଗ୍ୟତା ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପଦକ ଜିତନ୍ତୁ ବୋଲି ରାଜ୍ୟର ସବୁ କ୍ରୀଡ଼ା ପ୍ରେମୀ ଆଶା ରଖିଛନ୍ତି।  

Tags: #ParisOlympics #JavelinThrow #NirajChopra #KishoreJena #India

LEAVE A REPLY

Please enter your comment!
Please enter your name here