ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ମିଳିଛି ଆଉ ଏକ ପଦକ। ଶନିବାର ରେସଲିଂ ୬୫ କେଜି ବର୍ଗରେ ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। କାଜାକସ୍ତାନର ଖେଳାଳିଙ୍କୁ ୮-୦ରେ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ଏହା ସହିତ ଭାରତର ଅଲିମ୍ପିକ୍ସ ପଦକ ସଂଖ୍ୟା ୭ରେ ପହଞ୍ଚିଛି।ରେସଲିଂରେ ବଜରଙ୍ଗ ବ୍ରୋଞ୍ଜ୍ ପଦକ ଜିତିବା ପରେ ହରିୟାଣାସ୍ଥିତ ତାଙ୍କ ଗାଁରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କ ପରିବାର ଏବଂ ପଡ଼ୋଶୀମାନେ ବଜରଙ୍ଗଙ୍କର ବିଜୟ ଉତ୍ସବ ପାଳନ କରିଛନ୍ତି। ଅନ୍ୟପକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦି ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ଏ ଯାବତ୍ ମୋଟ୍ ୭ଟି ପଦକ ମିଳିଛି। ଏଥିରେ ରହିଛି ଗୋଟିଏ ସୁନା, ୨ଟି ରୂପା ଏବଂ ୪ଟି ବ୍ରୋଞ୍ଜ୍।

Comment