ଓଡ଼ିଶାଲାଇଭ୍ ବ୍ୟୁରୋ

କୁସ୍ତିରୁ ସନ୍ନ୍ୟାସ ନେଇଛନ୍ତି ଭିନେଶ ଫୋଗଟ। ପ୍ୟାରିସ ଅଲିମ୍ପିକ୍ସରୁ ଡିସକ୍ଵାଲିଫାଏ ହେବା ପରେ ସେ କୁସ୍ତିରୁ ସନ୍ନ୍ୟାସ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି।   

ଭିନେଶ ଫୋଗଟ କହିଛନ୍ତି, “ଆଜି କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି। ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ସେ ସ୍ୱପ୍ନକୁ ପୂରା କରିବାକୁ ମୋର ଆଉ ଅଧିକ ଶକ୍ତି ନାହିଁ। ମୁଁ କୁସ୍ତିକୁ ବିଦାୟ ଜଣାଉଛି। ଆଜି ଯାଏଁ ଜୀବନରେ ଯାହା ସଫଳତା ହାସଲ କରିଛି, ସେଥିପାଇଁ ମୁଁ ଆପଣ ସମସ୍ତଙ୍କ ନିକଟରେ ଚିର ଋଣି ରହିବି।”

ତେବେ ଭିନେଶଙ୍କ ଏଭଳି ନିଷ୍ପତ୍ତି ସମଗ୍ର କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ କ୍ରୀଡ଼ାପ୍ରେମୀ ତାଙ୍କୁ କୁସ୍ତିରୁ ସନ୍ନ୍ୟାସ ନନେଇ ଆଗକୁ ଆହୁରି ଭଲ କରିବାକୁ ସାନ୍ତ୍ଵନା ଦେଉଛନ୍ତି।  

ପ୍ୟାରିସ ଅଲିମ୍ପିକ୍ସର ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତି ଇଭେଣ୍ଟରେ ଭିନେଶ ଫୋଗଟ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଭାରତ ପାଇଁ ଏକ ମେଡାଲ ମଧ୍ୟ ପକ୍କା କରିଦେଇଥିଲେ। ତେବେ ବୁଧବାର ସକାଳେ ତାଙ୍କ ଶରୀରର ଓଜନ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ହୋଇଯିବାରୁ ସେ ଅଲିମ୍ପିକ୍ସରୁ ଡିସକ୍ଵାଲିଫାଏ ହୋଇଥିଲେ। ଏହି ଘଟଣାକ୍ରମରେ ଭିନେଶ ଫୋଗଟ ଭାଙ୍ଗି ପଡ଼ିବା ସହ ଭାରତର ସବୁ କ୍ରୀଡ଼ାପ୍ରେମୀ ନିରାଶ ହୋଇଥିଲେ।      

Tags: #ParisOlympics #VineshPhogat #Wrestling #Finals #Sports #India

LEAVE A REPLY

Please enter your comment!
Please enter your name here