ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଆକାଉଣ୍ଟାଟ୍ ସୁମିତ୍ କୁମାର। ଗୁରୁବାର ସୁମିତ୍ କୁମାରଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ଭଡ଼ା ଘରେ ଚଢ଼ାଉ କରି ନଗଦ ୪୧ହଜାର ଟଙ୍କା ଏବଂ କିଛି ବ୍ୟାଙ୍କ ପାସବୁକ୍ ଜବତ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ବିଭିନ୍ନ କାର୍ଯ୍ୟ କରାଇଦେବା କହି ଠିକାଦାର ନବୀନ ନାୟକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁମିତ୍ କୁମାର। ପରେ ଠିକାଦାର ଜଣଙ୍କ ଏ ସମ୍ପର୍କରେ ନବରଙ୍ଗପୁର ଭିଜିଲାନ୍ସ ଅଫିସରେ ଜଣାଇଥିଲେ ଏବଂ ଯୋଜନା ମୂତାବକ ଆକାଉଣ୍ଟାଟଙ୍କୁ ଟଙ୍କା ଦେବା ପାଇଁ ଯାଇଥିଲେ। ଟଙ୍କା ନେବା ସମୟରେ ସୁମିତଙ୍କୁ କାବୁ କରିଥିଲା ଭିଜିଲାନ୍ସ।

ଏଥିସହ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି। ଏହି ଚଢାଉ ସମୟରେ ନବରଙ୍ଗପୁର ଡିଏସପି କଳାବତୀ ବାଘ, କୋରାପୁଟ ଡିଏସ ପି ଅନନ୍ତ କୁମାର ମଲ୍ଲିକ, ମାଲକାନଗିରି ଡିଏସ ପି ଏସ କେ ବିଶ୍ଵାଳ ଉପସ୍ଥିତ ଥିଲେ।

Comment