ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଫଗାନିସ୍ତାନ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଙ୍ଗଳବାର କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଫଗାନିସ୍ତାନ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ୪୫ ବିସ୍ତୃତ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଏହି ଦୁଇ ନେତା ଆଫଗାନର ବର୍ତ୍ତମାନର ସ୍ଥିତି ଓ ସଙ୍କଟର ମୁକାବିଲା ସମ୍ପର୍କରେ ଆଲୋଚନା କରିଛନ୍ତି।

ରୁଷ ସରକାର ଆଫଗାନରେ ତାଲିବାନକୁ ସମର୍ଥନ କରିଛି। ତାଲିବାନ ଶାସନ ଆଫଗାନ ସରକାରଙ୍କଠାରୁ ବି ଭଲ ହେବ ବୋଲି କହିଛି। ଏପଟେ ଭାରତ କିନ୍ତୁ ମୂଳରୁ ତାଲିବାନ ବିରୋଧରେ ଥିଲାବେଳେ ରୁଷ ସହିତ ଭଲ ସମ୍ପର୍କ ରହିଛି। ତେଣୁ ରୁଷ ତାଲିବାନକୁ ସମର୍ଥନ କରୁଥିବାରୁ ଏହାର ପ୍ରଭାବ ଭାରତ ଓ ରୁଷ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ଆଲୋଚନା ହେଉଛି। ଏହାକୁ ଦୃଷ୍ଟିରେ ରଖି ମୋଦୀ ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଫଗାନିସ୍ତାନ ପ୍ରସଙ୍ଗରେ ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ସହ ମଧ୍ୟ କଥା ହୋଇଥିଲେ। ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ଉପରେ ଏହି ସମସ୍ତ ଦେଶ ବର୍ତ୍ତମାନ ନଜର ରଖିଛନ୍ତି। ଏହା ସହିତ କାବୁଲ ବିମାନବନ୍ଦରରୁ ଜାରି ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସମସ୍ତ ଦେଶ ମଧ୍ୟରେ ସହଯୋଗ ଜାରି ରହିଛି। ଆଫଗାନସ୍ଥିତିକୁ ନେଇ ଭାରତ ଲଗାତର ଭାବେ ଆମେରିକା, ବ୍ରିଟେନ, ଜର୍ମାନୀ, ୠୁଷ ଭଳି ଦେଶମାନଙ୍କ ସହିତ ସମ୍ପର୍କ କରୁଛି।

Comment