ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ଭାବନୀପୁର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ଟିଏମସି ପ୍ରାର୍ଥୀ ମମତା ବାନାର୍ଜୀ ଆଗରେ ରହିଛନ୍ତି। ଗଣତି ଅନୁସାରେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଟିଏମସି ୬୧୪୬ ଭୋଟ ଆଗରେ ରହିଛି। ସେହିଭଳି ପୋଷ୍ଟାଲ ବାଲାଟରେ ମଧ୍ୟ ଟିଏମସି ଆଗୁଆ ରହିଥିବା ଜଣାପଡ଼ିଛି।

ଦିଦିଙ୍କ ବିପକ୍ଷରେ ରହିଥିବା ବିଜେପି ନେତ୍ରୀ ପ୍ରିୟଙ୍କା ତିବ୍ରେୱାଲ ଓ ସିପିଆଇଏମର ଶ୍ରୀଜୀବ ବିଶ୍ଵାସ ପ୍ରଥମ ରାଉଣ୍ଡରେ ପଛରେ ଟିଏମସିଠାରୁ ପଛରେ ରହିଛନ୍ତି।

ଭବାନୀପୁର ବ୍ୟତୀତ ଜାଙ୍ଗିପୁର ଓ ସମସେରଗଞ୍ଜରେ ମଧ୍ୟ ଭୋଟ ଗଣତି ଜାରି ରହିଛି। ସେହି ଦୁଇଟି ଆସନରେ ମଧ୍ୟ ଟିମସି ଆଗରେ ରହିଥିବା ସୂଚନା ମିଳିଛି। ତେବେ  କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ସୁରକ୍ଷଶ ଦୃଷ୍ଟିରୁ ଭୋଟ ଗଣତି କେନ୍ଦ୍ରକୁ ସିସିଟିଭି ନଜରରେ ରଖାଯାଇଛି। ମୋଟ ୨୧ ରାଉଣ୍ଡ ଭୋଟ ଗଣନା କରାଯିବ।

Comment