ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ ତଥା ଦେଶର ସର୍ବକନିଷ୍ଠ ସହିଦ ହେଉଛନ୍ତି ବାଜି ରାଉତ। ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ଜୀବନ ଦେଇଥିବା ଏହି ଅମର ବୀରଙ୍କର ଆଜି ହେଉଛି ଜୟନ୍ତୀ। ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁରର ଏକ ଗରିବ ଖଣ୍ଡାୟତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଲେଖିଛନ୍ତି, “ଭାରତ ସ୍ୱାଧୀନତା ସଂଗ୍ରାମର କନିଷ୍ଠତମ ଶହୀଦ ତଥା ଓଡ଼ିଶାର ବୀର ସନ୍ତାନ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ବୀର ବାଜି ରାଉତଙ୍କ ଅବଦାନ ଚିରକାଳ ସ୍ମରଣୀୟ ହୋଇ ରହିବ।”

ସେହିପରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଓଡ଼ିଶାର ବୀର ସ୍ଵାଧୀନତା ସଂଗ୍ରାମୀ, ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଦେଶ ସ୍ଵାଧୀନତା ପାଇଁ ମାତ୍ର ୧୨ ବର୍ଷ ବୟସରେ ବଳିଦାନ ଦେଇଥିବା ଏହି ଅମର ବୀରଙ୍କ ପରାକ୍ରମ ଓ ବୀରତ୍ଵ ସର୍ବଦା ସ୍ମରଣୀୟ।”

ଆଜି ଏହି ବୀର ପୁତ୍ରର ଜୟନ୍ତୀ ଅବସରରେ ସାରା ଓଡ଼ିଶା ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଉଛି।

Comment