ଓଡ଼ିଶାଲାଇଭ୍ ବ୍ୟୁରୋ

ନରୱେ ସ୍ଥିତ ନୋବେଲ କମିଟି ୨୦୨୧ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଦୁଇ ସାମ୍ବାଦିକ ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ମିଳିବ। ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ ବା ବାକ୍ ସ୍ୱାଧୀନତା ପାଇଁ ଉଭୟ ସାମ୍ବାଦିକଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ।

ପିଲିପିନ୍ସରେ ହେଉଥିବା କ୍ଷମତାର ଅପବ୍ୟବହାର, ହିଂସା ତଥା ଏକଛତ୍ରବାଦୀ ଶାସନକୁ ସାମ୍ନାକୁ ଆଣିବା ପାଇଁ ବାକ୍‌ ସ୍ୱାଧୀନତାର ବ୍ୟବହାର କ୍ଷେତ୍ରରେ ମହିଳା ସାମ୍ଵାଦିକ ମାରିଆ ରେସାଙ୍କର ସ୍ଵତନ୍ତ୍ର ଭୂମିକା ରହିଛି। ମାରିଆ ନିଜ ଜନ୍ମମାଟି ପିଲିପିନ୍ସରେ ୨୦୧୨ରେ, ସେ ଏକ ଡିଜିଟାଲ୍ ମିଡିଆ କମ୍ପାନି ‘ରାପ୍ଲର୍’ ପ୍ରତିଷ୍ଠା କରିଥିଲେ। ଏହି କମ୍ପାନି ଇନ୍‌ଭେଷ୍ଟିକେଟିଭ୍ ଜର୍ଣ୍ଣାଲିଜିମ୍ ବା ଅନୁସନ୍ଧାନକାରୀ ସାମ୍ବାଦିକତାକୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରେ।

ସେହିପରି ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ଅନ୍ୟତମ ସାମ୍ଵାଦିକ ଦିମିତ୍ରି ମୁରାତୋଭ ଦୀର୍ଘ ଦଶନ୍ଧି ହେଲା ରୁଷର ଚ୍ୟାଲେଞ୍ଜିଂ ପରିବେଶର ବାକ୍‌ ସ୍ୱାଧୀନତା ସପକ୍ଷରେ ଲଢ଼େଇ କରି ଚାଲିଛନ୍ତି। ଏଥିଲାଗି ୧୯୯୩ରେ ସେ ‘ନୋଭାଜା ଗାଜେଟା’ ନାମରେ ଏକ ନିରପେକ୍ଷ ଖବର କାଗଜର ପ୍ରତିଷ୍ଠା କରିଥିଲେ। ଏହା ପ୍ରତିଷ୍ଠା ପରଠାରୁ ବିଭିନ୍ନ ସମୟରେ ଖବର କାଗଜ ସଂସ୍ଥାର ୬ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ। ହେଲେ ସଂସ୍ଥା ତା’ର ବୃତ୍ତିରେ କୌଣସି ପ୍ରକାରର ବୁଝାମଣା ନ କରି ସବୁବେଳେ ଲୋକଙ୍କ ସ୍ୱରକୁ ହିଁ ଗୁରୁତ୍ୱ ଦେଇ ଆସିଛି।

LEAVE A REPLY

Please enter your comment!
Please enter your name here