ଓଡ଼ିଶାଲାଇଭ୍ ବ୍ୟୁରୋ     

                                                                      

ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ୧୦୭ ପୌରାଞ୍ଚଳ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପ୍ରକାଶିତ ତାଲିକା ଅନୁସାରେ ମୋଟ ୧,୭୫୬ ୱାର୍ଡ ମଧ୍ୟରୁ ୬୬୮ଟି ଅଣସଂରକ୍ଷିତ ରହିଛି।

ତାଲିକାରେ ଏସସିଙ୍କ ପାଇଁ ୧୨୨ଟି ଏବଂ ଏସସି ମହିଳାଙ୍କ ପାଇଁ ୧୭୧ଟି ୱାର୍ଡ ସଂରକ୍ଷିତ ରଖାଯାଇଛି। ସେହିପରି ଏସଟିଙ୍କ ପାଇଁ ୪୯ଟି ଓ ଏସଟି ମହିଳାଙ୍କ ପାଇଁ ୧୩୩ଟି ୱାର୍ଡ ସଂରକ୍ଷିତ ରହିଛି। ମହିଳାମାନଙ୍କ ପାଇଁ ୬୧୩ଟି ୱାର୍ଡ ସଂରକ୍ଷିତ ରଖାଯାଇଛି। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ କରିଥିଲେ ରାଜ୍ୟ ସରକାର।

Comment