ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭୮.୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଫେବ୍ରୁଆରି ୨୦ ତାରିଖ ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ହେବ। ମୋଟ ୬୩ଟି ବ୍ଲକରେ ୧୭୧ ଜିଲ୍ଲା ପରିଷଦ ଜୋନ, ୧,୩୮୨ ପଞ୍ଚାୟତ ଏବଂ ୧୮,୪୯୫ ଓ୍ଵାର୍ଡରେ ମତଦାନ ହେବ। ମୋଟ ୫୬,୫୩,୪୦୫ ଭୋଟର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

ଗତ ଶୁକ୍ରବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି। ପୋଲିଂ ପାର୍ଟି ବୁଥଗୁଡ଼ିକରେ ପହଞ୍ଚିଛନ୍ତି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୭୮.୩ ପ୍ରତିଶତ ମତଦାନ ହୋଇଛି। ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନ, ୧,୫୧୪ ପଞ୍ଚାୟତ ଏବଂ ୨୦,୪୩୬ ଓ୍ଵାର୍ଡରେ ମତଦାନ କରିଛନ୍ତି ମୋଟ ୬୨ ଲକ୍ଷ ୧୦ ହଜାର ଭୋଟର। ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍‌ରେ ମତଦାନ କରାଯାଇଥିଲା। ସେଥିମଧ୍ୟରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍‌ ଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୮୦.୩୨ ପ୍ରତିଶତ, ବାଲେଶ୍ଵର ଜିଲ୍ଲାରେ ୭୮.୭୪ ପ୍ରତଶତ, ବଲାଙ୍ଗିର ଜିଲ୍ଲାରେ ୭୪.୬୩ ପ୍ରତିଶତ, ବରଗଡ଼ ଜିଲ୍ଲାରେ ୭୬.୨ ପ୍ରତିଶତ, ଭଦ୍ରକ ଜିଲ୍ଲାରେ ୮୧.୦୪ ପ୍ରତିଶତ ଏବଂ ବୌଦ୍ଧ ଜିଲ୍ଲାରେ ୮୪.୯ ପ୍ରତିଶତ ମତଦାନ ହୋଇଛି।

ସେହିପରି କଟକ ଜିଲ୍ଲାରେ ୭୯.୬୪ ପ୍ରତିଶତ, ଦେବଗଡ଼ ଜିଲ୍ଲାରେ ୭୮.୩୩ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାରେ ୮୧.୦୮ ପ୍ରତିଶତ, ଗଜପତି ଜିଲ୍ଲାରେ ୮୨.୬୯ ପ୍ରତିଶତ, ଗଞ୍ଜାମ ଜିଲ୍ଲାରେ ୬୪.୮୬ ପ୍ରତିଶତ, ଜଗତସିଂହପୁର ଜିଲ୍ଲାରେ ୭୮.୬୨ ପ୍ରତିଶତ, ଯାଜପୁର ଜିଲ୍ଲାରେ ୭୦ ପ୍ରତିଶତ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୮୫.୧୪ ପ୍ରତିଶତ ମତଦାନ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୮୩.୮୧ ପ୍ରତିଶତ, କନ୍ଧମାଳ ଜିଲ୍ଲାରେ ୭୯.୫ ପ୍ରତିଶତ, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୪.୮୮ ପ୍ରତିଶତ, କେନ୍ଦୁଝର ଜିଲ୍ଲାରେ ୭୮.୧୮ ପ୍ରତିଶତ ଏବଂ ଖୋର୍ଦ୍ଧା ଜିଲ୍ଲାରେ  ୭୩.୯୭ ପ୍ରତିଶତ ମତଦାନ ହୋଇଥିବାବେଳେ କୋରାପୁଟ ଜିଲ୍ଲାରେ ୭୯.୦୧ ପ୍ରତିଶତ, ମାଲକାନଗିରି ଜିଲ୍ଲାରେ ୭୩.୪୩ ପ୍ରତିଶତ, ମୟୁଭଞ୍ଜ ଜିଲ୍ଲାରେ ୭୬.୮୫ ପ୍ରତିଶତ, ନବରଙ୍ଗପୁର ଜିଲ୍ଲାରେ ୮୧.୭୩ ପ୍ରତିଶତ ଓ ନୟାଗଡ଼ ଜିଲ୍ଲାରେ ୭୭.୯୫ ପ୍ରତିତ ମତଦାନ ହୋଇଛି।

ସେହିପରି ନୂଆପଡ଼ା ଜିଲ୍ଲାରେ ୭୭.୬୭ ପ୍ରତିଶତ, ପୁରୀରେ ୭୯.୧୬ ପ୍ରତିଶତ, ରାୟଗଡ଼ାରେ ୭୭.୧୬ ପ୍ରତିଶତ, ସମ୍ବଲପୁରରେ ୭୮.୪୩ ପ୍ରତିଶତ, ସୁବର୍ଣ୍ଣପୁରରେ ୮୫.୬୭ ପ୍ରତିଶତ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୭୪.୨୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତା ଫେବ୍ରୁଆରି ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଆସନ୍ତା ଫେବ୍ରୁଆରି ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଆସନ୍ତା ଫେବ୍ରୁଆରି ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ।

Comment