ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ରବିବାର ଶେଷ ହୋଇଛି। ଜିଲ୍ଲାରେ ଚଳିତ ଥର ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ଜିଲ୍ଲାରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ମତାଧିକାର ସାବ୍ୟସ୍ତ କରିଥିଲେ।

ଜିଲ୍ଲାର ଦୁଇଟି ବ୍ଲକ ରାଜନଗର ଓ ପଟ୍ଟାମୁଣ୍ଡାଇରେ ୨୦ ତାରିଖରେ ମତଦାନ ସମୟରେ କାଁଭାଁ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଥିଲା। ରାଜନଗର ବ୍ଲକର ଗୋଖଣୀ ଗାଁରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି। ରାଜନଗର ବ୍ଲକରେ ୩ଟି ଜିଲ୍ଲାପରିଷଦ ଜୋନ୍ ୩୦, ୩୧ ଓ ୩୨ ନମ୍ବରରେ ୭୪.୦୨ ପ୍ରତିଶତ ମତଦାନ କରାଯାଇଥିଲା। ଏଥିରେ ୬୭. ୪୯ ପ୍ରତିଶତ ପୁରୁଷ ଓ ୮୦.୫୫ ପ୍ରତିଶତ ମହିଳା ମତଦାନ କରିଛନ୍ତି। ବ୍ଲକର ମୋଟ ୯୬, ୪୨୮ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ୍ ୧୫,୧୬,୧୭ ଓ ୧୮ ନମ୍ବରରେ ୧ଲକ୍ଷ, ୪୩ ହଜାର ୬୦୦ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ, ୧ ହଜାର ୧ ଜଣ ଭୋଟର ଭୋଟ୍ ଦେଇଛନ୍ତି। ବ୍ଲକର ୪୮,୭୮୧ ଜଣ ପୁରୁଷ ଭୋଟର ଭୋଟ୍ ଦେଇଥିବାବେଳେ ୫୨,୨୨୦ ଜଣ ମହିଳା ଭୋଟ୍ ଦେଇଛନ୍ତି।

Comment