ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୬୪ଟି ବ୍ଲକର ୧୬୩ ଜିଲ୍ଲା ପରିଷଦ ଜୋନ୍ ଏବଂ ୧,୨୫୪ଟି ପଞ୍ଚାୟତରେ ମତଦାନ ଚାଲିଛି। ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମୋଟ ୫୧,୩୧,୭୨୭ ଭୋଟର। ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି।

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତ ୨୧ ତାରିଖଠାରୁ ପୋଲିଂ ପାର୍ଟି ବୁଥରେ ପହଞ୍ଚି ଥିଲେ। ନିର୍ବାଚନୀ ହିଂସା ଏବଂ ବୁଥ ଜବରଦଖଲ ଭଳି ଅପ୍ରିତିକର ପରିସ୍ଥିତିରେ ରାଜ୍ୟର ଅଧିକାଂଶ ବୁଥରେ ନିର୍ବାଚନ ଶେଷ ହୋଇଛି। ଗଣ୍ଡଗୋଳ ପରିସ୍ଥିତି ଏଡ଼ାଇବାକୁ ବିଭିନ୍ନ ବୁଥରେ ପୋଲିସ ମୁତୟନ ହୋଇଥିଲେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ କରିବାକୁ ବିଭିନ୍ନ ବୁଥଗୁଡ଼ିକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଛି।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୭.୨ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦନ ହୋଇଥିଲା। ଏହା ସହ ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ କରିଥିଲେ ଭୋଟର। ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧,୩୮୨ଟି ଗ୍ରାମ ପଞ୍ଚାୟତରେ ମତଦନ ହୋଇଥିଲା।

Comment