ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ଶୁକ୍ରବାର ନବମ ଦିନରେ ପହଞ୍ଚିଛି। ରୁଷ-ୟୁକ୍ରେନ ଯୁଦ୍ଧରେ ୯ ହଜାରରୁ ଅଧିକ ରୁଷ ସେନାଙ୍କ ମୃତ୍ୟୁ ହୋଇଥିବା କହିଛି ୟୁକ୍ରେନ। ଉୟଭ ଦେଶ ମଧ୍ୟରେ ଦୁଇ ଦୁଇ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟିପାରି ନାହିଁ। ଏବେ ତୃତୀୟ ପର୍ଯ୍ୟାୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

  • ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ହତ୍ୟା କରିବାକୁ ତିନି ତିନି ଥର ଉଦ୍ୟମ ବିଫଳ
  • ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୨୫ଟି ସ୍କୁଲ ଧ୍ଵଂସ କରିଛି ରୁଷ
  • ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ୯ ହଜାରରୁ ଅଧିକ ରୁଷ ସେନାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କଲା ୟୁକ୍ରେନ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଅନଲାଇନ ହେଲପଲାଇନ ଏବଂ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦେଲେ ସୁପ୍ରିମ କୋର୍ଟ
  • ୟୁକ୍ରେନକୁ ବୁଲେଟ ପ୍ରୁଫ ଜ୍ୟାକେଟ ଦେବ ଜାପାନ
  • ରୁଷରେ ଫେସବୁକ ସମେତ ଅନେକ ମିଡିଆ ଓ୍ଵେବସାଇଟ ଅଚଳ
  • ୟୁକ୍ରେନସ୍ଥିତ ଜାପରିଜଝିଆ ପରମାଣୁ ପ୍ଲାଣ୍ଟ କବ୍ଜାକୁ ନେଲା ରୁଷ

  • ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରୁଷ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ରୋକିବାକୁ ନିବେଦନ କଲେ
  • ରୁଷୟୁକ୍ରେନ ଯୁଦ୍ଧରେ ଗୁରୁତର ହୋଇଛନ୍ତି ଜଣେ ଭାରତୀୟ
  • ଆଇଏଇଏର ମହାନିର୍ଦ୍ଦେଶକ ୟୁକ୍ରେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ
  • ପୋଲାଣ୍ଡରୁ ତିନିଦିନରେ ପ୍ରାୟ ୧,୪୦୦ ଭାରତୀୟ ନାଗରିକ ଦେଶକୁ ଫେରିଛନ୍ତି
  • ୟୁକ୍ରେନର ତିନୋଟି ସହରରେ ଆକାଶମାର୍ଗରୁ ଆକ୍ରମଣ କରିବାକୁ ଚେତାବନୀ ଦେଲା ରୁଷ
  • ୟୁକ୍ରେନର ଜାପରିଜଝୟା ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ
  • ହଙ୍ଗେରିର ବୁଡାପେଷ୍ଟରୁ ଦିଲ୍ଲୀ ପହଞ୍ଚିଲେ ୨୧୯ ଭାରତୀୟ ନାଗରିକ
  • ୟୁକ୍ରେନର ଚେର୍ନିହିବ ଅଞ୍ଚଳରେ ଆକାଶ ମାର୍ଗରୁ ଆକ୍ରମଣ, ୧୨ ମୃତ
  • ୟୁକ୍ରେନ ନାଗରିକଙ୍କୁ ୧୮ ମାସ ପାଇଁ ଆଶ୍ରୟ ଦେଲା ଆମେରିକା

Comment