ଓଡ଼ିଶାଲାଇଭ ବ୍ୟୁରୋ

ଯୁଦ୍ଧର ଦଶମ ଦିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ଼ ଘୋଷଣା। ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି ରୁଷ।  ଭାରତୀୟ ସମୟ ପୂର୍ବାହ୍ନ ୧୧.୩୦ରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଛି। ୟୁକ୍ରେନର ଦୁଇ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ରୁଷ।

  • ଯୁଦ୍ଧବିରତି ଘୋଷଣା କଲା ରୁଷ, ଫସିଥିବା ଲୋକ ଉଦ୍ଧାର ନହେବା ପର୍ଯ୍ୟନ୍ତ ହେବନି ଆକ୍ରମଣ
  • ଜାପୋରିଜିଆ ଆଣବିକ ପ୍ଲାଣ୍ଟକୁ ପୁଣି ନିଜ ଦଖଲକୁ ଆଣିଲା ୟୁକ୍ରେନ
  • ୟୁକ୍ରେନକୁ ସତର୍କ କରାଇଲେ ଏଲନ ମାସ୍କ, ଷ୍ଟାରଲିଙ୍କକୁ ଟାର୍ଗେଟ କରିବ ରୁଷ !
  • ରୁଷର ଏୟାରଷ୍ଟ୍ରାଇକ ଦ୍ଵାରା ୟୁକ୍ରେନର ଏକ ଗାଁ ଧ୍ଵଂସ, ୬ ମୃତ
  • ପୁଟିନଙ୍କ ବିରୋଧରେ ବଢ଼ୁଛି ଜନଅସନ୍ତୋଷ, ଗିରଫ ହେଲେଣି ହଜାର ହଜାର ଲୋକ
  • ୟୁକ୍ରେନର ସୁମି ଅଞ୍ଚଳରେ ଆଜି ବଡ଼ ଧରଣର ଆକ୍ରମଣ କରିପାରେ ରୁଷ, ସମସ୍ତଙ୍କୁ ବଙ୍କର ଭିତରେ ରହିବାକୁ ନିର୍ଦ୍ଦେଶ

  • ରୁଷ ରାଜଧାନୀ କ୍ଵିଭ ଏବଂ ଚର୍ନିହାଇଭରେ ବାଜୁଛି ଏୟାର ରେଡ ସାଇରନ
  • ଆସନ୍ତା ମାର୍ଚ୍ଚ ୯-୧୦ରେ ପୋଲାଣ୍ଡ-ରୋମାନିଆ ଯିବେ ଆମେରିକା ଉପ ରାଷ୍ଟ୍ରପତି କମଲା ହେରିସ
  • ପୂର୍ବ ୟୁକ୍ରେନରେ ଡ୍ରୋନ ଆକ୍ରମଣ କଲା ରୁଷ
  • ୟୁକ୍ରେନର ଆଇଦର ବାଟାଲିଅନ ପୋଷ୍ଟ ଛାରଖାର କଲେ ରୁଷ ସେନା
  • ପେଣ୍ଟାଗନ କହିଲା ରୁଷ ୫୦୦ରୁ ଅଧିକ ମିଶାଇଲ ପଠାଇବ ୟୁକ୍ରେନ
  • ୟୁକ୍ରେନର ଓଡ଼େଶାରେ ପୋଲ ଉଡ଼ାଇଲେ ରୁଷ ସେନା
  • ରୁଷ-ୟୁକ୍ରେନ ମଧ୍ୟରେ ଶନିବାର ହୋଇପାରେ ତୃତୀୟ ପର୍ଯ୍ୟାୟ ଆଲୋଚନା

Comment