ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। ଶନିବାର ରୁଷ-ୟୁକ୍ରେନ ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ପରେ ମଧ୍ୟ କୌଣସି ସମାଧାନର ବାଟ ଫିଟି ପାରିନାହିଁ। ଇତି ମଧ୍ୟରେ ଚର୍ନିହିବ ନିକଟରେ ରୁଷର ଏୟାରକ୍ରାଫ୍ଟକୁ ଖସାଇ ଥିବା ଘୋଷଣା କରିଛି  ୟୁକ୍ରେନ।

  • ରୁଷର ଏୟାରକ୍ରାଫ୍ଟକୁ ଖସାଇଥିବା ଦାବି କଲା ୟୁକ୍ରେନ
  • ୟୁକ୍ରେନର ମାରିୟୁପୋଲରେ ରୁଷ ସେନାଙ୍କ ଗୁଳି ବର୍ଷା ଜାରି
  • ରୁଷ ସେନାଙ୍କୁ ପାଲଟା ଜବାବ ଦେଉଛନ୍ତି ୟୁକ୍ରେନ ସେନା
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସେଲ୍ଟରରେ ଆଶ୍ରୟ ନେବାକୁ ବୈଦେଶିକ ମନ୍ତ୍ରାଳୟର ପରାମର୍ଶ
  • ୟୁକେୟନର ସୁମି ଅଞ୍ଚଳରେ ଫସିଥିବା ବିଭିନ୍ନ ଦେଶର ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଆଣିବାକୁ ଚେଷ୍ଟା କରାଯାଉଥିବା କହିଲା ୟୁକ୍ରେନ
  • ରୁଷର ୧୦ ହଜାର ସେନା, ୩୯ ବିମାନ, ୪୦ ହେଲିକପ୍ଟର, ୨୬୯ ଟ୍ୟାଙ୍କର ଧ୍ଵଂସ କରିଥିବା ଘୋଷଣା କଲା ୟୁକ୍ରେନ

  • ଯୁଦ୍ଧବିରତି ଘୋଷଣା କଲା ରୁଷ, ଫସିଥିବା ଲୋକ ଉଦ୍ଧାର ନହେବା ପର୍ଯ୍ୟନ୍ତ ହେବନି ଆକ୍ରମଣ
  • ୟୁକ୍ରେନକୁ ସତର୍କ କରାଇଲେ ଏଲନ ମାସ୍କ, ଷ୍ଟାରଲିଙ୍କକୁ ଟାର୍ଗେଟ କରିବ ରୁଷ !
  • ରୁଷର ଏୟାରଷ୍ଟ୍ରାଇକ ଦ୍ଵାରା ୟୁକ୍ରେନର ଏକ ଗାଁ ଧ୍ଵଂସ, ୬ ମୃତ
  • ପୁଟିନଙ୍କ ବିରୋଧରେ ବଢ଼ୁଛି ଜନଅସନ୍ତୋଷ, ଗିରଫ ହେଲେଣି ହଜାର ହଜାର ଲୋକ
  • ୟୁକ୍ରେନର ସୁମି ଅଞ୍ଚଳରେ ଶନିବାର ବଡ଼ ଧରଣର ଆକ୍ରମଣ କରିପାରେ ରୁଷ, ସମସ୍ତଙ୍କୁ ବଙ୍କର ଭିତରେ ରହିବାକୁ ପରାମର୍ଶ

  • ୟୁକ୍ରେନର ସୁମି ଅଞ୍ଚଳରେ ରୁଷ ସେନାଙ୍କ ଆତଙ୍କ
  • ରୁଷ ରାଜଧାନୀ କ୍ଵିଭ ଏବଂ ଚର୍ନିହାଇଭରେ ବାଜୁଛି ଏୟାର ରେଡ ସାଇରନ
  • ଆସନ୍ତା ମାର୍ଚ୍ଚ ୯-୧୦ରେ ପୋଲାଣ୍ଡ-ରୋମାନିଆ ଯିବେ ଆମେରିକା ଉପ ରାଷ୍ଟ୍ରପତି କମଲା ହେରିସ
  • ପୂର୍ବ ୟୁକ୍ରେନରେ ଡ୍ରୋନ ଆକ୍ରମଣ କଲା ରୁଷ
  • ୟୁକ୍ରେନର ଆଇଦର ବାଟାଲିଅନ ପୋଷ୍ଟ ଛାରଖାର କଲେ ରୁଷ ସେନା
  • ପେଣ୍ଟାଗନ କହିଲା ରୁଷ ୫୦୦ରୁ ଅଧିକ ମିଶାଇଲ ପଠାଇବ ୟୁକ୍ରେନ
  • ୟୁକ୍ରେନର ଓଡ଼େଶାରେ ପୋଲ ଉଡ଼ାଇଲେ ରୁଷ ସେନା
  • ରୁଷ-ୟୁକ୍ରେନ ମଧ୍ୟରେ ଶନିବାର ହୋଇପାରେ ତୃତୀୟ ପର୍ଯ୍ୟାୟ ଆଲୋଚନା

Comment