ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରୀୟ ଆଲୁମିନିୟମ କମ୍ପାନି ଲିମିଟେଡ(ନାଲ୍‌କୋ)ର ଅଧ୍ୟକ୍ଷ ଶ୍ରୀଧର ପାତ୍ର ସିଆଇଆଇ ଓଡ଼ିଶା କାଉନସିଲ ୨୦୨୨-୨୩ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ସହ ଏସାର ମିନମେଟ ଲିମିଟେଡର ଅଧ୍ୟକ୍ଷ ଶଶିଶେଖର ମହାନ୍ତିଙ୍କୁ ସିଆଇଆଇର ଉପାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ଓଡ଼ିଶା ଷ୍ଟେଟ କାଉନସିଲର ହୋଇଥିବା ଏକ ସଭାରେ ଗତ ୪ ତାରିଖରେ ଏହା ଘୋଷଣା କରାଯାଇଛି।

ଶ୍ରୀଧର ପାତ୍ର ନିଜର ସରଳ ଜୀବନ ଯାପନ ଏବଂ ଉଚ୍ଚ ଚିନ୍ତାଧାରା ପାଇଁ ବେଶ ଜଣାଶୁଣା। ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଶ୍ରୀଧର ପାତ୍ର ନାଲକୋର ଫାଇନାନ୍ସ ନିର୍ଦ୍ଦେଶକ ଥିଲେ। ତାଙ୍କର ଫାଇନାନ୍ସ ଏବଂ ପିଏସୟୁର ଆକାଉଣ୍ଟ ପରିଚାଳନାରେ ଅଭିଜ୍ଞତା ମଧ୍ୟ ରହିଛି। କର୍ପୋରେ ଆକାଉଣ୍ଟ, ବଜେନିୟନ୍ତ୍ରଣ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ପରିଚାଳନା, ଆର୍ଥିକ ଏବଂ ବ୍ୟବସାୟିକ ଚୁକ୍ତିନାମା ଏବଂ ଟ୍ରେଜେରିର ଆର୍ଥିକ ମୂଲ୍ୟାଙ୍କନରେ ତାଙ୍କର ପାରଦର୍ଶିତା ରହିଛି। 

ସିଆଇଆଇର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଏସାର ମିନମେଟ ଲିମିଟେଡର ମୁଖ୍ୟ ପରିଚାଳକ ଏବଂ ପରିଚାଳନା ନିର୍ଦ୍ଦେଶକ ଶଶିଶେଖର ମହାନ୍ତିଙ୍କର ଷ୍ଟିଲ ଇଣ୍ଡଷ୍ଟ୍ରିଜରେ ୪୪ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।

Taga: #NALCO #CIIOdisha #OdishaStateCouncil #ShridharPatra #SashishekharMohanty

Comment