ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ବୁଝମଣା ବିଫଳ ହୋଇଛି। ୟୁକ୍ରେନର ରାଜଧାନୀ କ୍ଵିଭକୁ ଅକ୍ତିଆରକୁ ନେବାକୁ ଅହରହ ଉଦ୍ୟମ ଜାରି ରହିଖିଛି ରୁଷ। ଏପଟେ ୟୁକ୍ରେନର ଓଡ଼େଶା ସହରରେ ଗୁଳି ବର୍ଷା କରିଚାଲିଛନ୍ତି ରୁଷ ସେନା। ଏବେ ରୁଷ ସେନାଙ୍କୁ ଜବାବ ଦେବାକୁ ଅସ୍ତ୍ର ଉଠାଇଛନ୍ତି ଓଡ଼େଶା ଜନସାଧାରଣ।

  • ଅପରେସନ ଗଙ୍ଗା ଅନ୍ତର୍ଗତ ୟୁକ୍ରେନରେ ଫସି ରହିଥିବା ନେପାଳ ନାଗରିକଙ୍କୁ ଉଦ୍ଧାର କରିଛି ଭାରତ
  • ୟୁକ୍ରେନର ଚର୍ନିହିଭ ସହରରେ ବଡ଼ ବଡ଼ ହୋଟେଲ ଏବଂ ବିଲ୍ଡିଂ ଉଡ଼ାଇଲେ ରୁଷ ସେନା
  • ୟୁକ୍ରେନର ରାଜଧାନୀ କ୍ଵିଭ ଓବ୍ଲାଷ୍ଟରେ ରାତି ତମାମ ଧ୍ଵଂସଲୀଳା ଚଳାଇଛନ୍ତି ରୁଷ ସେନା
  • ୟୁକ୍ରେନର ନିପ୍ରୋ ସହରରେ ରୁଷ ସେନାଙ୍କ ବୋମା ବିସ୍ଫୋରଣ
  • ୟୁକ୍ରେନର ବ୍ରାଭରୀରେ ଏୟାର ଷ୍ଟ୍ରାଇକ୍ କଲେ ରୁଷ ସେନା

  • ରୁଷ ସେନାଙ୍କୁ ଘେରିବାକୁ ୟୁକ୍ରେନକୁ ୧୨ ହଜାର ସେନା ପଠାଇଛି ଆମେରିକା।
  • ରୁଷକୁ ଚେତାବନୀ ଦେଲା ଆମେରିକା : ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ପରିଣାମ ଭୟଙ୍କର ହେବ
  • ୟୁକ୍ରେନର ଲଟସ୍କ ସହରରେ ରୁଷ ସେନାଙ୍କ ଆକ୍ରମଣ ଜାରି, ୪ ସେନାଙ୍କ ମୃତ୍ୟୁ
  • ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଉଦ୍ଧାର ହେଲେ ୭,୧୪୪ ରୁଷ ନାଗରିକ
  • ୟୁକ୍ରେନର ରାଜଧାନୀ କ୍ଵିଭରେ ରୁଷ ସେନାଙ୍କ ବୋମା ମାଡ଼ ଜାରି
  • ରୁଷ ଉପରେ କଟକଣା କଡ଼ା କଲା ଆମେରିକା
  • ୟୁକ୍ରେନର ଓଡ଼େଶା ସହରରେ ରୁଷ ସେନାଙ୍କ ଗୁଳି ବର୍ଷା
  • ୟୁକ୍ରେନ ରାଷ୍ଟ୍ରପତି କହିଲେ ରୁଷର ଆକ୍ରମଣକାରୀଙ୍କୁ ଆଇଏସଆଇଏସଆଇ ଆତଙ୍କବାଦୀଙ୍କ ସହ ତୁଳନା କରାଯିବ
  • ୟୁକ୍ରେନ ଉପରେ ରୁଷର ଆକ୍ରମଣ ଘଟଣାକୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟରେ ବିରୋଧ କରିବେ ୪୧ ଦେଶ
  • ଶନିବାର ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବେଲାରୁଷ

Comment