ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୮୨ ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ଏବଂ ୪ଜଣ ପୌର ଅଧ୍ୟକ୍ଷ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନ ପାଇଁ ମାର୍ଚ୍ଚ ୧୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ ୧୬ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ଓ ଜଣେ ପୌର ଅଧ୍ୟକ୍ଷ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ସମସ୍ତ ରାଜନୈତିକ ଦଳ ଉପସ୍ଥିତ ରହି ସେମାନଙ୍କର ଦଳର ଅସନ୍ତୁଷ୍ଟ ଓ ବିଦ୍ରୋହୀ ପ୍ରାର୍ଥୀମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଇଥିବା ଜଣାପଡ଼ିଛି।

ବିଜେଡିର ବିଦ୍ରୋହୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ରହିଥିଲା। ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡ଼ା ଓ କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ହସ୍ତକ୍ଷେପ ଫଳରେ ଅନେକ ବିଦ୍ରୋହୀ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାବେଳେ ଅନେକ ଓ୍ଵାର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀମାନଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି।

ପୌର ନିର୍ବାଚନରେ ମୋଟ୍ ୯୮ ଜଣ ପ୍ରାର୍ଥୀ ଓ୍ଵାର୍ଡ କାଉନସିଲର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ୧୬ ଜଣ ଓ୍ଵାର୍ଡ କାଉନସିଲର ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ। ଏବେ ନିର୍ବାଚନ ମୈଦାନରେ ୮୨ ଜଣ ପ୍ରାର୍ଥୀ ରହିଛନ୍ତି। ପୌର ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଓଡ଼ିଶା ଜନତା ପାର୍ଟିର ପୌରାଧ୍ୟକ୍ଷା ପ୍ରାର୍ଥୀ ତୁଳସୀ ମହାରଣା ନିଜ ପ୍ରାର୍ଥିପତ୍ର ଫେରାଇ ନେଇଛନ୍ତି। ଏବେ ପୌର ଅଧ୍ୟକ୍ଷ ପଦବୀ ପାଇଁ ୪ଜଣଙ୍କ ମଧ୍ୟରେ ଲଢ଼େଇ ହେବ।

Tag: #MunicipaltyElection #Election #OdishaElection2022 #WardCouncilElection #Nomination

Comment