ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ପୌର ଭୋଟ ଗଣତି। ଆଶା ଓ ଆଶଙ୍କ ମଧ୍ୟରେ ରହିଛନ୍ତି ପ୍ରାର୍ଥୀ ଓ ନେତା। ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମ ନିର୍ବାଚନର ଭୋଟ ଗଣତି କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି।

ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରତି ଏନଏସିରେ କାଉନସିଲର ଏବଂ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି। ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ଚାଲିଛି। ମହା ନଗର ନିଗମରେ କର୍ପୋରେଟ ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ ଗଣତି କରାଯାଉଛି।

Tags: #Election #MunicipalElection2022 #OdishaElection #OdishaMunicipalElection2022

Comment