ଓଡ଼ିଶାଲାଇଭ୍ ବ୍ୟୁରୋ

ସିରମ ଇନଷ୍ଟିଚ୍ୟୁଟର କୋଭିଡ ଭ୍ୟାକ୍ସିନ କୋଭିସିଲ୍ଡର ମୂଲ୍ୟ ହ୍ରାସ କରାଯାଇଛି। ପୂର୍ବରୁ କୋଭିସିଲ୍ଡ ବୁଷ୍ଟର ଡୋଜର ମୂଲ୍ୟ ୬୦୦ ଟଙ୍କା ରଖାଯାଇଥିବାବେଳେ ଏବେ ଏହି ମୂଲ୍ୟରେ ହ୍ରାସ କରାଯାଇଛି। ବର୍ତ୍ତମାନ ୨୫୦ ଟଙ୍କାରେ କୋଭିସିଲ୍ଡର ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ହେବ। କୋଭିସିଲ୍ଡ ପ୍ରସ୍ତୁତ କରୁଥିବା କମ୍ପାନି ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲା ଏହି ସୂଚନା ଦେଇଛନ୍ତି।

ଆସନ୍ତା ଏପ୍ରିଲ ୧୦ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏପ୍ରିଲ ୮ ତାରିଖରେ ଘୋଷଣା କରାଯାଇଥିଲା। ଭାରତରେ କୋଭିଡ ମହାମାରୀର ପ୍ରକୋପ କମିଛି। କିନ୍ତୁ ଏସିଆ ଏବଂ ୟୁରୋପ ଭଳି ଦେଶଗୁଡ଼ିକରେ କୋଭିଡର ଚତୁର୍ଥ ଲହର ଦେଖାଦେଇଛି। ଭାରତ ନାଗରିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

ଯେଉଁମାନେ କୋଭିଡର ଦୁଇଟି ଯାକ ଡୋଜ ନେଇ ସାରିଥିବେ ସେମାନେ ଏହି ବୁଷ୍ଟର ଡୋଜ ନେଇ ପାରିବେ। ଦ୍ଵିତୀୟ କୋଭିଡ ଟିକା ଦେବାର ୯ ମାସ ପରେ ଏହି ବୁଷ୍ଟର ଡୋଜ ନେବାକୁ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ବୁଷ୍ଟର ଡୋଜ ଘରୋଇ ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ରହିବ।

Tags: #Covid19 #CovidVaccine #Covishield #BoosterDose

LEAVE A REPLY

Please enter your comment!
Please enter your name here