ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ପାନୀୟଜଳ ନିମନ୍ତେ ମେଗା ପ୍ରକଳ୍ପ, ଉଠା ଜଳସେଚନ, ଗମନାଗମନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ହନ୍ତାଳଗୁଡ଼ା ଓ ଲୁଚାପାଣି ଆଦି ସ୍ଥାନ ପରିଦର୍ଶନ କରି ସ୍ୱାଭିମାନ ଅଞ୍ଚଳ ବିକାଶ ପଥେ ଆଗେଇ ଚାଲିଛି ବୋଲି କହିଛନ୍ତି।

ଏଠାରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ନିମନ୍ତେ ମେଗା ପ୍ରକଳ୍ପ ଚାଲିଛି। ଏହା ସହ ସେତୁ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପାନୀୟ ଜଳ ଯୋଗାଣ, ଉଠାଜଳ ସେଚନ ସହ ୩୩ କେଭି ବିଜୁଳି ଯୋଗାଣ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି। ଆରଡି ଓ ପିଡବ୍ଲୁଡି ବିଭାଗ ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଭିତ୍ତିଭୂମି ଓ ଜୀବିକା ଉପରେ ଆଉ କିଛି କାମ କରିବାର ଅଛି ବୋଲି ମୁଖ୍ୟ ଶାସନ ସଚିବ ଏହି ଅବସରରେ କହିଛନ୍ତି।

Tags: #ChiefSecretary #SureshChandraMohapatra#Reviewed #DevelopmentalProjects #SwabhimanArea

Comment