ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଭଞ୍ଜପାଲି ସ୍ଥିତ କଳିକା କେନ୍ଦ୍ରର ଉଦଘାଟନ କରିଛନ୍ତି। କେନ୍ଦ୍ର ପରିଚାଳନା ଦାୟିତ୍ଵରେ ଥିବା କର୍ମକର୍ତ୍ତାଙ୍କ ସହ ଆଲୋଚନା ଏବଂ କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଥିବା ଖାଦ୍ୟ, ପାନୀୟ ସମ୍ପର୍କରେ ସେଠାରେ ଉପସ୍ଥିତ ଥିବା ଜଣେ ମା’ଙ୍କୁ ପଚାରି ବୁଝିଥିଲେ ଜିଲ୍ଲାପାଳ। ଓଜନ କମ୍ ଥିବା ଶିଶୁଙ୍କୁ ଉପଯୁକ୍ତ ସେବା ଯତ୍ନ ଓ ପୋଷଣଯୁକ୍ତ ଖାଦ୍ୟ ଦେଇ ସେମାନଙ୍କର ଓଜନ ବୃଦ୍ଧି ଓ ସାମଗ୍ରିକ ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ସୋମବାର ଦିନ ଭଞ୍ଜପାଲି ସହିତ କୋଇଡ଼ା ବ୍ଲକର ସିଡିମ୍ବା, ଜଲଡିହି, ନୂଆଗାଁ, ହରିଶ୍ଚନ୍ଦ୍ରପୁର, ରେଙ୍ଗାଲବେଡ଼ା ପରି ୬ଟି କଳିକା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ସେହିପରି ହେମଗିର ବ୍ଲକର ଗିରିସୀମା, ଝାରପଲମ ଓ ଲୁହାବହାଲଠାରେ ୩ଟି ଆମ କଳିକା କେନ୍ଦ୍ର ଉଦଘାଟିତ  ହୋଇଛି। ଏହାଦ୍ୱାରା ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳର ଶ୍ରମଜୀବୀ ପରିବାରର ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଉପଯୁକ୍ତ ସୁରକ୍ଷା, ସେବା ଯତ୍ନ ଓ ପୋଷଣ ମିଳିପାରିବ। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ୯୦ଟି କଳିକା କେନ୍ଦ୍ର ଖୋଲାଯାଉଛି।

Tags: #SundagarhDist #SundargarhCollector #NikhilPawanKalyan #TheKalikaCentre #Bhanjapalli

Comment