ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଘରୋଇ ସ୍ୱେରେଜ୍ ତଥା ଜଳ ସଂଯୋଗର ସୁବିଧା ନିମନ୍ତେ କଟକ ସିଏମସି କାର୍ଯ୍ୟାଳୟରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସିଏମସି ଏବଂ ଜାଇକାର ମିଳିତ ସହଯୋଗରେ ପରିମଳ ପରିସ୍ଥିତିକୁ ସଂଯୋଜନା ଏବଂ ତଦାରଖ କରିବା ନିମନ୍ତେ ୩୦ ଜଣ କ୍ଲଷ୍ଟର ସଂଯୋଜକ ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି।

ଏହି କ୍ଲଷ୍ଟର ସଂଯୋଜକମାନେ ୱାର୍ଡଗୁଡ଼ିକର ସାମଗ୍ରିକ କାର୍ଯ୍ୟର ତଦାରଖ ଦାୟିତ୍ୱରେ ରହିଛନ୍ତି। ସଂଯୋଜକମାନେ କଟକ ମ୍ୟୁନିସିପାଲ କର୍ପୋରେସନରେ ଥିବା ୱାର୍ଡଗୁଡ଼ିକ ଉପରେ ନଜର ରଖିବା ସହ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଘରୋଇ ଜଳ ସଂଯୋଗ ଏବଂ ଘରୋଇ ଜଳ ନିଷ୍କାସନ (ଜାଇକା-ଓଡ଼ିଶା ଇନଟିଗ୍ରେଟେଡ ସାନିଟେସନ ଇମ୍ପ୍ରୁଭମେଣ୍ଟ  ପ୍ରୋଜେକ୍ଟ) ସହ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରିବେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସିଏମସିର ମେୟର ସୁଭାଷ ଚନ୍ଦ୍ର ସିଂ ଏବଂ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କ୍ଲଷ୍ଟର ସଂଯୋଜକମାନଙ୍କୁ ସମ୍ବୋଧିତ କରି ସଲିଡୱେଷ୍ଟ ମ୍ୟାନେଜମେଣ୍ଟ ଉପରେ ନିଜର ମତ ରଖିଥିଲେ। ଏହି ତାଲିମ ଅଧିବେଶନର ଏକ ଅଂଶ ବିଶେଷ ଭାବେ କ୍ଲଷ୍ଟର ସଂଯୋଜକମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ।

Tags: #CMCOffice #CMCMayor #CMCCommissioner

Comment