ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ସାଂସଦ ପଦବୀରୁ ଗୁରୁବାର ଇସ୍ତଫା ଦେଇଛନ୍ତି କଟକ ମେୟର ସୁବାସ ସିଂ। ମେୟର ନିର୍ବାଚିତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ସେ ପଦବୀରୁ ଇସ୍ତଫା ଦେଇଛନ୍ତି। ଆଜି କଟକ ମେୟର ସୁବାସ ସିଂ ଏ ନେଇ ସୂଚନା ଦେଇଛନ୍ତି।

ସୁବାସ ସିଂ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରି କଟକ ମହାନଗର ନିଗମର ମେୟର ଭାବେ ନିର୍ବାଚିତ ହୋଇଥିବା ଜଣାଇଥିଲେ। ଏହା ସହ ସେ ଭେଙ୍କେୟା ନାଇଡୁଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ। ସୁବାସ ସିଂ ଆଜି ବିଦ୍ଧିବଦ୍ଧ ଭାବେ ରାଜ୍ୟସଭା ସାଂସଦ ବଦରୁ ଇସ୍ତଫା ଦେଇଛନ୍ତି।

ପୂର୍ବରୁ ସୁବାସ ସିଂ ସିପିଏମର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଏବଂ ସିଟୁର ଉପସଭାପତି ଥିଲେ। ଗତ ୨୦୧୩ ମସିହାରେ ସେ ବିଜେଡିରେ ଯୋଗ  ଦେଇଥିଲେ।  ୨୦୨୦ ମସିହା ମାର୍ଚ୍ଚ ମାସରେ ସୁବାସ ସିଂ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ମେୟର ଭାବେ ନିର୍ବାଚିତ ହେବା ପରେ ଆଜି ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି।

Tags: #CMCMayor #MayorSubashSingh #RajyasabhaMember #Resign

Comment