ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ କଟକ ସହରରେ ପାଳନ ହେବ ଗଣେଶ ପୂଜା। ଆସନ୍ତା ସେପ୍ଟେମ୍ବର ୧୦ରେ ତାରିଖରେ ଗଣେଶ ପୂଜା ପଡ଼ୁଥିବାରୁ ଏବେଠାରୁ ସତର୍କ ହୋଇଛି ସିଏମସି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଗଣେଶ ପୂଜା ନିମନ୍ତେ ସ୍ଵତନ୍ତ୍ର ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ମଣ୍ଡପ କିମ୍ବା ପେଣ୍ଡାଲରେ ପୂଜା କରିବା ପୂର୍ବରୁ ଡିସିପିଙ୍କଠାରୁ ଅନୁମତି ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସମସ୍ତ ମୂର୍ତ୍ତିର ଉଚ୍ଚତା ୪ଫୁଟ କିମ୍ବା ତା’ଠାରୁ କମ୍ କରିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ପାଇଁ ଗଣେଶ ପୂଜା ଗାଇଡଲାଇନ

  • ପରମ୍ପରା ରକ୍ଷା ପାଇଁ ହେବ ଗଣେଶ ପୂଜା
  • ମୂର୍ତ୍ତିଗୁଡ଼ିକର ଉଚ୍ଚତା ୪ ଫୁଟ କିମ୍ବା ତା’ଠାରୁ କମ୍ ରହିବ
  • ଲାଇଟ, ସାଉଣ୍ଡ, ସାଜସଜାକୁ ଅନୁମତି ନାହିଁ
  • ବନ୍ଦ ରହିବ ପୂଜା ମଣ୍ଡପର ତିନି ପାର୍ଶ୍ଵ
  • କେବଳ ଗୋଟିଏ ପାର୍ଶ୍ଵ ଆଂଶିକ ଖୋଲା ରହିବ
  • ପୂଜା ମଣ୍ଡପ ଏବଂ ପେଣ୍ଡାଲଗୁଡ଼ିକରେ ୭ଜଣଙ୍କୁ ନେଇ ହେବ ପୂଜା
  • ଏମାନଙ୍କ ମଧ୍ୟରେ କର୍ମକର୍ତ୍ତା, ପୂଜାରୀ ଏବଂ ଆୟୋଜକ ରହିପାରିବେ
  • ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦ଜଣଙ୍କୁ ନେଇ ହେବ ପୂଜା
  • ଏହି ୨୦ ଜଣଙ୍କ ମଧ୍ୟରେ ଶିକ୍ଷକ, ଛାତ୍ରଛାତ୍ରୀ, ପୂଜାରୀ ରହିବେ
  • ମଣ୍ଡପରେ ବନ୍ଦ ରହିବ ସାଧାରଣ ଦର୍ଶନ
  • ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନା
  • ବିସର୍ଜନ ଏବଂ ଶୋଭାଯାତ୍ରାକୁ ଅନୁମତି ନାହିଁ
  • ଅସ୍ଥାୟୀ ପୋଖରୀରେ ହେବ ମୂର୍ତ୍ତି ବିସର୍ଜନ
  • ପୂଜାରେ ସର୍ବସାଧାରଣ ଭୋଜି ଆୟୋଜନକୁ ବାରଣ କରାଯାଇଛି

Comment