ଓଡିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଆଜି ସହରରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୫୪ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ସିଏମ୍‌ସିର ସୂଚନା ଅନୁଯାୟୀ, ଆଜି ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ସର୍ବାଧିକ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମାଲଗୋଦାମ ବେହେରା ସାହିରୁ ୧୧ ଜଣ, ପୁରୁଣା ରାଉସାପାଟଣାରୁ ୭ ଜଣ, କେଶରପୁର ସତ୍ୟମ ଫ୍ଲାଟ୍‌ରୁ ୨ ଜଣ, ସୂତାହାଟରୁ ଜଣେ, ବାଦାମବାଡ଼ିରୁ ଜଣେ, ବକ୍ସିବଜାରରୁ ଜଣେ, ଜୁବୁଲି ଟାଓ୍ଵାରରୁ ଜଣେ, ଏସ୍‌ସିବି ମେଡିକାଲ ଆଇସୋଲେସନ୍ ଓ୍ଵାର୍ଡରୁ ୫ ଜଣ ଏବଂ ଆନୁଷ୍ଠାନିକ ସଂଗରୋଧ କେନ୍ଦ୍ରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ କଟକ ସହରରେ ବର୍ତ୍ତମାନ ସୁଦ୍ଧା ୮୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୨୧ ଜଣ ସୁସ୍ଥ ହୋଇଥିବା ବେଳେ ୫୦୨ ଜଣ ଚିକିତ୍ସାଧୀନ ଅଛନ୍ତି। ସହରରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଛି।

Comment