ଓଡିଶାଲାଇଭ୍ କରୋନା ବ୍ୟୁରୋcorona positive

କଟକ ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସହରରୁ ପୁଣି ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୫୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ସହରର ଖଟବିନ ସାହିରୁ ୩୨ ଜଣ, ଶଙ୍କରପୁର ସାହିରୁ ୮ ଜଣ, ମଣିସାହୁ ଛକରୁ ଜଣେ, ଥୋରିଆସାହିରୁ ଜଣେ, ସୁତାହାଟରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖଟବିନ ସାହିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ନାବାଳକ ଏବଂ ନାବାଳିକା ଅଛନ୍ତି। ଏଥିସହ ୧୪ ଜଣ ପୁରୁଷ ଏବଂ ୮ ଜଣ ମହିଳା କରୋନାରେ ସଂକ୍ରମିତ ହୋଇଛନ୍ତି। ବାକି ୯ ଜଣ ଆକ୍ରାନ୍ତ ସରକାରୀ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।CGU newଏଥିସହ କଟକ ସହରରୁ ବର୍ତ୍ତମାନ ସୁଦ୍ଧା ୪୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇଥିବାବେଳେ ୨୧୯ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ଏଥିସହ କଟକ ସହରରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି।

Comment