ଓଡିଶାଲାଇଭ୍ ବ୍ୟୁରୋ

କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆକ୍ଟିଭ୍ କେସ୍ ତୁଳନାରେ ସୁସ୍ଥ ହାର ଅଧିକ ରହିଛି। ଏନେଇ ରବିବାର ରାଜ୍ୟ ସରକାରଙ୍କ କୃଷି ସଚିବ ସୌରଭ ଗର୍ଗ ଏବଂ କଟକ ମହାନଗର ନିଗମ କମିସନର ଅନନ୍ୟା ଦାଶ ମିଳିତ ଭାବେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ୧୪୩ଟି ଆକ୍ଟିଭ୍ କେସ୍ ଥିବା ବେଳେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସବୁ ହସ୍ପିଟାଲ ଓପିଡିରେ ପିପିଇ କିଟ୍ ପିନ୍ଧି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ଏଥିସହ ଯେଉଁ ରୋଗୀଙ୍କର ଆଡମିସନ କରିବା ଦରକାର ହେଉଛି, ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଶହ ଆଣ୍ଟିଜେନ୍ ଟେଷ୍ଟ କରି କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। କଟକର ଏସ୍‌ସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ଓପିଡିକୁ ଭାଗ କରାଯାଇଛି। ଓପିଡିକୁ ଭାଗ ଭାଗ କରି ରୋଗୀ ଏକତ୍ରୀକରଣକୁ ରୋକା ଯାଉଛି।

ସିଏମ୍‌ସି ଏବଂ ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି। ଏହି ସମୟରେ କରୋନା ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷା କରାଯାଉଛି। ଏଥିସହ ଲୋକଙ୍କର ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି। ଆକ୍ଟିଭ୍ ସର୍ଭେଲାନ୍ସରେ ପୁରୁଣା ରାଉସାପାଟଣାକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ଏହି ଅଞ୍ଚଳରେ ପ୍ରଥମେ ୫ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ କିନ୍ତୁ ବର୍ତ୍ତମାନ ସେଠାରେ ୨୨ଟି ନୂଆ କେସ୍ ସାମ୍ନାକୁ ଆସିଛି। ସେହିପରି ପ୍ରତାପନଗରୀରେ ମଧ୍ୟ କରୋନା ଆକ୍ରାନ୍ତ ଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି।CGU newକଟକ ମହାନଗର ନିଗମ ପାଇଁ ୩ଟି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରାଯାଉଛି। ଏଲ୍‌ଏନ୍‌ଟି ଗୋପାଳପୁରରେ ୧୦୭ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର, ବିଦ୍ୟାଧରପୁର ଓଏସ୍‌ଏଚ୍‌ବି କେନ୍ଦ୍ରରେ ୯୮ ଶଯ୍ୟା ବିଶିଷ୍ଟ ଏବଂ ଓଏଟିରେ ୨୨୦ ବେଡ୍‌ର କୋଭିଡ୍ କେୟାର ସେଣ୍ଟର ପାଇଁ ବ୍ୟବସ୍ଥା ଚାଲିଥିବା ସିଏମ୍‌ସି କମିସନର କହିଛନ୍ତି।

ଯେଉଁ ରୋଗୀମାନଙ୍କର ଲକ୍ଷଣ ନ ଥିବ ବା କମ୍ ଲକ୍ଷଣ ଥିବ ସେମାନେ କୋଭିଡ୍ କେୟାର ସେଣ୍ଟରରେ ରହିବେ। ତେବେ ଯେଉଁମାନଙ୍କର ଭେଣ୍ଟିଲେଟର ଦରକାର ଥିବ ବା ଗୁରୁତର ଥିବେ ସେମାନେ ଅଶ୍ଵିନୀ ହସ୍ପିଟାଲ ଯିବେ। ଆସନ୍ତା ୧୪ ଦିନରେ ଘରକୁ ଘର ସର୍ଭେରେ ସମସ୍ତେ ସହଯୋଗ କରିବାକୁ ଅନନ୍ୟା ଦାସ କହିଛନ୍ତି।

Comment