ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ପାଇଁ କଟକ ସହର ବାହାରେ ଏକ ସ୍ୱତନ୍ତ୍ର ଶ୍ମଶାନ ସ୍ଥାନ ନିରୂପଣ କରିବାକୁ ଓଡ଼ିଶା ମାନବାଧିକାର କମିସନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସହର ଭିତରେ କରୋନା ରୋଗୀଙ୍କ ଶବ ଦାହ ଯୋଗୁ ହେଉଥିବା ପ୍ରଦୂଷଣ ରୋକିବା ପାଇଁ କମିସନ ଏହି ଆଦେଶ ଦେଇଛନ୍ତି।

କଟକ ସହର ବାହାରେ କୋଭିଡ୍ ରୋଗୀଙ୍କ ଶବ ଦାହକୁ ନେଇ ପ୍ରଦୀପ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି କରି କରୋନା ରୋଗୀଙ୍କ ଶବ ସଂସ୍କାର ପାଇଁ ବିକଳ୍ପ ସ୍ଥାନ ଖୋଜିବାକୁ କମିସନ ପକ୍ଷରୁ କଟକ ଜିଲ୍ଲାପାଳ ଓ କଟକ ମ୍ୟୁନିସିପାଲ କର୍ପୋରେସନ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସତୀ ଚଉରା ନିକଟରେ ଘନ ଘନ ଶବ ଦାହ କରାଯାଉଥିବାରୁ ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ଅସ୍ୱାସ୍ଥ୍ୟକର ଦୃଶ୍ୟ ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି।ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, କଟକ ସହର ଭିତରେ କୋଭିଡ୍ ରୋଗୀଙ୍କ ଶବ ସତ୍କାର ବେଳେ କର୍ତ୍ତୃପକ୍ଷ ଆବଶ୍ୟକୀୟ ନିୟମ ମାନୁ ନାହାନ୍ତି। ଅନେକ ଶ୍ମଶାନରେ ଲାଇଟ୍ ନଥିବା ବେଳେ କାଠ ରଖିବା ପାଇଁ ସ୍ଥାନ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

Comment