ଓଡିଶାଲାଇଭ୍ କରୋନା ବ୍ୟୁରୋCoronavirus blood test

କଟକ ସହରରୁ ଶୁକ୍ରବାର ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ଦେଓ୍ଵାନ ବଜାରରୁ ୨ ଜଣ, ଶିଖରପୁରରୁ ଜଣେ, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଅରୁଣୋଦୟ ମାର୍କେଟ୍‌, ବାଦାମବାଡ଼ି ରକ୍ସି ଲେନ୍‌, ମଙ୍ଗଳାବାଗ, ମହାନଦୀ ବିହାର, କ୍ୟାଣ୍ଟନମେଣ୍ଟ ରୋଡ୍‌, ଚାଉଳିଆଗଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି। ଏଥିସହ ଏସ୍‌ସିବି ମେଡିକାଲ ଓ ହସ୍ପିଟାଲର ଜଣେ କୋଭିଡ୍ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୪୩୯ ଜଣ ସୁସ୍ଥ ହୋଇଥିବା ବେଳେ ୪୫୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସହରରେ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment