ଓଡ଼ିଶାଲାଇଭ୍ ବ୍ୟୁରୋ

ମନି ଲଣ୍ଡ୍ରିଂ ମାମଲାରେ ଚମ୍ପୁଆର ପୂର୍ବତନ ବିଧାୟକ ତଥା ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ଉ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିତୁ ପଟ୍ଟନାୟକଙ୍କ ସମସ୍ତ ସମ୍ପତ୍ତି ସିଜ୍ କରିଛି ଇଡି। ତାଙ୍କର ୧୩୩ କୋଟିର ଜମାକୁ ସିଜ୍ କରିବା ସହ ନଗଦ ୬୯ ଲକ୍ଷ ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ଵରର ୨ଟି ଏବଂ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ାର ୨ଟି ସ୍ଥାନରେ ଗତ ବୁଧବାର ଅତର୍କୀତ ଚଢ଼ଉ କରିଥିଲା। ଏହା ସହ ତାଙ୍କର ୪ଟି ଖଣି ଉପରେ ମଧ୍ୟ ଚଢ଼ଉ କରାଯାଇଥିଲା। ଜିତୁ ପଟ୍ଟନାୟକଙ୍କ ଖଣିରୁ ବେଆଇନ ଖଣିଜ କାରବାର ହୋଇଥିବା ନେଇ ଅଭିଯୋଗ ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ଏହି ଚଢ଼ଉ କରିଥିଲା।

Tags: #MoneyLaundering #MineOwnerJituPatnaik #FormerChampuaMLA #EDSiezedProperty #Crime

LEAVE A REPLY

Please enter your comment!
Please enter your name here