ଓଡ଼ିଶାଲାଇଭ ବ୍ୟୁରୋ

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପୁଣି ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ୭ ବର୍ଷ ପରେ ସେ  ଫେରିବେ କ୍ରିକେଟ ମଇଦାନକୁ। ଏ ନେଇ ସୌରଭ ଗାଙ୍ଗୁଲି ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ଦୀର୍ଘ ୭ ବର୍ଷ ପରେ ପୁଣି କ୍ରିକେଟ ମଇଦାନକୁ ଫେରିବେ ସୌରଭ ଗାଙ୍ଗୁଲି। ମଇଦାନରେ ଛକା, ଚଉକା ମାରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସେ। କ୍ରିକେଟ ମଇଦାନକୁ ଲେଉଟାଣି ସୂଚନା ଦେବା ସହ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୌରଭ ଗାଙ୍ଗୁଲି କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫିଟନେସ ପାଇଁ ସେ କସରତ କରୁଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ଅଛନ୍ତି ସୌରଭ ଗାଙ୍ଗୁଲି। ୭ ବର୍ଷ ପରେ ତାଙ୍କୁ ମଇଦାନରେ ଦେଖିବାକୁ ମିଳିବ। ଶେଷ ଥର ପାଇଁ ସୌରଭ ଗାଙ୍ଗୁଲି ୨୦୧୫ ମସିହାରେ କ୍ରିକେଟ ଅଲ-ଷ୍ଟାର୍ସ ସିରିଜରେ ମ୍ୟାଚ ଖେଳିଥିଲେ। ସେତେବେଳେ ଗାଙ୍ଗୁଲି ସଚିନଙ୍କ ବ୍ଳାଷ୍ଟର୍ସ ଟିମ୍ ପାଇଁ ଲସ୍ ଏଞ୍ଜେଲ୍ସରେ ମ୍ୟାଚ ଖେଳିଥିଲେ। ଏଥିରେ ୩୭ଟି ବଲରେ ୫୦ ରନ ସ୍କୋର କରିଥିଲେ ଗାଙ୍ଗୁଲି। ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆ ପାଇଁ ୧୧୩ ଟି ଟେଷ୍ଟରେ ୭,୨୧୨ ରନ ଏବଂ ୩୧୧ ଓ୍ଵାନଡେ ମ୍ୟାଚରେ ୧୧,୩୬୩ ରନ ସ୍କୋର କରିଛନ୍ତି।

Tags: #Sports #Cricket #SauravGanguly #ComeBack

Comment