ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠାରୁ ଏହି ଦିନଟିକୁ ସାରାଦେଶରେ ‘ଅଗଷ୍ଟ କ୍ରାନ୍ତି ଦିବସ’ ଭାବେ ପାଳନ କରାଯାଉଛି। ୧୯୪୨ ମସିହା ଅଗଷ୍ଟ ୯ ତାରିଖରେ ଭାରତକୁ ବ୍ରିଟିଶମୁକ୍ତ କରିବା ପାଇଁ ଏହି ଦିନ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ।

ବାପୁଜୀଙ୍କ ଡାକରାରେ ଭାରତବାସୀ ଏକଜୁଟ୍‌ ହୋଇ ବ୍ରିଟିଶ ଶାସନ ବିରୋଧରେ ସ୍ଵର ଉଠାଇଥିଲେ। ଭାରତୀୟଙ୍କ ଏହି ସ୍ଵର ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଭାରତୀୟ ଏକତା ଆଗରେ ବ୍ରିଟିଶମାନେ ମୁଣ୍ଡ ନୁଆଇଁ ଥିଲେ। ଏହି ଆନ୍ଦୋଳନରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।୧୯୪୨ ଅଗଷ୍ଟ ୯ ତାରିଖରୁ ଆରମ୍ଭ ହୋଇଥିବା ଭାରତଛାଡ଼ ଆନ୍ଦୋଳନକୁ ୧୯୪୭ରେ ସଫଳତା ପ୍ରାପ୍ତି ହୋଇଥିଲା। ଅର୍ଥାତ ୧୯୪୭, ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ।

ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ପୂରା ଭାରତ ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ।

Tags: #AugustKrantiDivas #AugustDay #Independence #QuitIndiaMovement #BharatChada #ଅଗଷ୍ଟକ୍ରାନ୍ତିଦିବସ #ଭାରତଛାଡ଼

Comment