ଓଡ଼ିଶାଲାଇଭ୍ ବ୍ୟୁରୋ

ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏହା ମୋଟ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ। ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ଚେଷ୍ଟା ଆବଶ୍ୟକ ବୋଲି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଏନଏନ ରାଜୁ କହିଛନ୍ତି।

ଇନ୍‍ଷ୍ଟିଚ୍ୟୁଟ୍‍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‍ ହସ୍ପିଟାଲ ଓ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟି (ଆଇପିଏସ୍‍)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ କଣ୍ଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ)କାର୍ଯ୍ୟକ୍ରମ ରେ ଯୋଗ ଦେଇ ଡ଼ାକ୍ତର ଏନଏନ ରାଜୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,”ସାରା ପୃଥିବୀରେ ଯେତିକି ମଦ ଆବଶ୍ୟକ ହେଉଛି ତାହାର ୬୫ ପ୍ରତିଶତ ମଦ୍ୟ କେଳବ ଭାରତରେ ପ୍ରସ୍ତୁତ ହୋଇଥାଏ। ଭାରତରେ ପ୍ରତିବର୍ଷ ୨.୬ ଲକ୍ଷ ମଦ୍ୟପାନ ଜନିତ ମୃତ୍ୟୁ ଘଟିଥାଏ। ପୃଥିବୀର ସମସ୍ତ ମୃତ୍ୟୁରୁ ମଦ୍ୟପାନ ପାଇଁ ୭.୭ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳା ମୃତ୍ୟୁବରଣ କରିଥାନ୍ତି।”

ମଦ୍ୟପାନ ଯୋଗୁଁ ମଦ୍ୟପାନ ଅଭ୍ୟାସ ପ୍ରାୟ ୨୦୦ ରୋଗର କାରଣ ହୋଇଥାଏ। ଅବସାଦ, ଉତ୍କଣ୍ଠା, ସାଇକୋସିସି ତଥା ଆକ୍ୟୁଟ ଷ୍ଟ୍ରେସ ଡିସଅର୍ଡର ଭଳି ସମସ୍ୟା ସୃଷ୍ଟି ହୁଏ ଓ ପରିଶେଷରେ ଏହା ଆତ୍ମହତ୍ୟାରେ ପରିଣତ ହୋଇଥାଏ। ସେହିପରି ଗତ ତିନି ବର୍ଷ ମଧ୍ୟରେ ମଦ୍ୟପାନ ଯୋଗୁଁ ୩୮,୦୦୦ ରାସ୍ତା ଦୁର୍ଘଟଣା ଘଟିଛି ବୋଲି ସେ କହିଥିଲେ ଡାକ୍ତର ରାଜୁ କହିଛନ୍ତି।

ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍‍ ହସ୍ପିଟାଲର ଡିନ ପ୍ରଫେସର ସଂଘମିତ୍ରା ମିଶ୍ର, ମେଡିକାଲ୍‍ ସୁପରିଟେଣ୍ଡଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଇପିଏସର ସର୍ବଭାରତୀୟ ସଂପାଦକ ଡକ୍ଟର ଅରବିନ୍ଦ ବ୍ରହ୍ମା, ଆଇପିଏସର ଓଡ଼ିଶା ଶାଖା ସଭାପତି ଡକ୍ଟର ପ୍ରଣବ ମହାପାତ୍ର ଓ ସଂପାଦକ ଡକ୍ଟର ମୋଚନ ସାହୁ, ସମ ହସ୍ପିଟାଲ ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି ସେମିନାରରେ ବକ୍ତବ୍ୟ ରଖିଥିଲେ।

Tags: #IMSandsumhospital #SOA #WINEaddiction

LEAVE A REPLY

Please enter your comment!
Please enter your name here