ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିଲା ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ବିଶ୍ଵବିଦ୍ୟାଳୟ)। ଆଜି ଏହି ବିଶ୍ଵବିଦ୍ୟାଳୟ ପୂର୍ବ ଭାରତରେ ଏକ ପ୍ରମୁଖ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ପରିଗଣିତ। ଶିକ୍ଷା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱ ଦେଉଥିବା ଏହି ବିଶ୍ଵବିଦ୍ୟାଳୟରେ ବର୍ତ୍ତମାନ ୧୨ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଣ୍ଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଣ୍ଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଣ୍ଟ, ଲ’ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍, ୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମିଳିଛି। ସେହିପରି ଟାଇମ୍‌ସ ହାୟର୍ ଏଜୁକେସନ୍(ଟିଏଚ୍‌ଇ) ୱାର୍ଲ୍ଡ ରାଙ୍କିଙ୍ଗ ୨୦୨୧ରେ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ କ୍ଷେତ୍ରରେ ୧୦୦୧ପ୍ଲସ କାଟାଗୋରିରେ ସୋଆ ସ୍ଥାନ ପାଇଥିବାବେଳେ ଇଞ୍ଜିନିୟରିଂ ଏବଂ ବୈଷୟିକ ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି। ଅନ୍ୟପଟେ ସୋଆର ୧୧ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆକୁ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ,୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ରାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ(ଏନ୍‌ଆଇଆର୍‌ଏଫ୍‌) ରାଙ୍କିଙ୍ଗରେ ବିଗତ ୫ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ ନିଜର ସ୍ଥାନ ବଜାୟ ରଖିଛି।ଶିକ୍ଷା ସହ ସ୍ଵାସ୍ଥ୍ୟ ସୁବିଧା ମଧ୍ୟ ଯୋଗାଇ ଦେଉଛି ସୋଆ। ୧୬୦୦ ଶଯ୍ୟା ବିଶିଷ୍ଟ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ଗତବର୍ଷ କୋଭିଡ୍ ମହାମାରୀର ପ୍ରଥମ ଲହର ସମୟରେ ରାଜ୍ୟ ସରକାରଙ୍କ ସହଯୋଗିତାରେ ସୋଆ ଓଡ଼ିଶାରେ ୨୩୪୧ଟି ଶଯ୍ୟା ବିଶିଷ୍ଟ ୪ଟି କୋଭିଡ୍ ହସ୍ପିଟାଲ ତଥା ୨ଟି କୋଭିଡ୍ କେୟାର ସେଣ୍ଟରର ପରିଚାଳନା କରିଥିଲା। ସେହିପରି ଏବର୍ଷ ଦ୍ୱିତୀୟ ଲହର ସମୟରେ ଭୁବନେଶ୍ୱର, କେନ୍ଦ୍ରାପଡା, ତାଳଚେର, ଚାନ୍ଦପୁର, ପୁରୀଠାରେ ୨୨୦୦ରୁ ଅଧିକ ଶଯ୍ୟା ବିଶିଷ୍ଟ ୫ଟି ଡାକ୍ତରଖାନା ଏବଂ ଜଟଣୀଠାରେ ଏକ କୋଭିଡ କେୟାର ସେଣ୍ଟର ପରିଚାଳନା କରାଯାଉଛି। ଏଥିରେ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲର ୫୦୦ ଡାକ୍ତରଙ୍କ ସହ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here