ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋଆରେ ସୋମବାର ଏକ ମିନି ମାରାଥନ୍‍ର ଆୟୋଜନ କରାଯାଇଥିଲା।

ସୋଆ କ୍ୟାମ୍ପସ୍‍-୨ ର ଟେନିସ୍‍ କୋର୍ଟରୁ ଆରମ୍ଭ ହୋଇଥିବା ଏହି ମିନି ମାରାଥନ୍‍କୁ ବିଶ୍ୱ ବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍‍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଫ୍ଲାଗ୍‍ଅଫ୍‍ କରିଥିଲେ। ସୋଆର ବିଭିନ୍ନ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଏହି ମିନି ମାରାଥନ୍‍ରେ ସାମିଲ ହୋଇଥିଲେ।

ସୋଆରେ ଶିକ୍ଷା ଗ୍ରହଣ କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ମାରାଥନ୍‍ରେ ଯୋଗ ଦେଇଥିଲେ। ଏହି ମାରାଥନ୍‍ କ୍ୟାମ୍ପସ୍‍-୨ ରୁ ବାହାରି କଳିଙ୍ଗ ଷ୍ଟୁଡିଓ ଛକ ଦେଇ ପୁଣି ଥରେ କ୍ୟାମ୍ପସ୍‍-୨ କୁ ଫେରିଥିଲା।

ମାରାଥନ୍‍ ଶେଷ ହେବା ପରେ ଛାତ୍ରଛାତ୍ରୀ ମାନେ ବାସ୍କେଟବଲ କୋର୍ଟରେ ଯୋଗାଭ୍ୟାସ କରିବା ସହ ଭଲିବଲ୍‍, ଟେନିସ୍‍, ବାସ୍କେଟବଲ୍‍ ଇତ୍ୟାଦି ଖେଳରେ ଯୋଗ ଦେଇଥିଲେ। ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #SportsDay #SOA #MiniMarathon

LEAVE A REPLY

Please enter your comment!
Please enter your name here