ଓଡ଼ିଶାଲାଇଭ୍ ବ୍ୟୁରୋ

ସମାଜ ସେବା ସହିତ ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା ଗ୍ରହଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ନ୍ୟାସନାଲ ସର୍ଭିସ ସ୍କିମ (ଏନଏସଏସ) ନିଜକୁ ସାମିଲ କରିବା ଉଚିତ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏନଏସଏସର ବରିଷ୍ଠ କାର୍ଯ୍ୟକତ୍ତାମାନଙ୍କ ରାଜ୍ୟସ୍ତରୀୟ ବୈଠକରେ ଯୋଗ ଦେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହା କହିଛନ୍ତି।

ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ନିମନ୍ତେ ଏନଏସଏସ ପ୍ରୋଗ୍ରାମ ସଂଯୋଜକ ଏବଂ ଜିଲ୍ଲା ପ୍ରୋଗ୍ରାମ ଅଫିସରମାନେ ସଡ଼କ ସୁରକ୍ଷା କ୍ଷେତ୍ରରେ ସ୍ୱେଚ୍ଛାସେବୀମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ସହଯୋଗ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଏନଏସଏସ ସର୍ବଭାରତୀୟ ନିର୍ଦ୍ଦେଶକ ପଙ୍କଜ କୁମାର ସିଂହ କହିଥିଲେ ଅନୁଷ୍ଠାନର ଲକ୍ଷ୍ୟ ହେଉଛି “ମୁଁ ନୁହେଁ ମାତ୍ର ଆପଣ”। ସୋଆର ପ୍ରୋ-ଚାନ୍ସେଲର ପ୍ରଫେସର ଅମିତ ବାନାର୍ଜୀ ସଭାପତିତ୍ୱ କରିଥିବାବେଳେ ସୋଆର ଏନଏସଏସ ପ୍ରୋଗ୍ରାମ କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଜାତୀୟ ସ୍ତରୀୟ ଏନଏସଏସ ଆୱାର୍ଡ ପାଇବା ନିମନ୍ତେ ମନୋନୀତ ହୋଇଥିବା ପ୍ରତୀକ ଦାସଙ୍କ ସମେତ ଜଣେ ସ୍ୱେଚ୍ଛାସେବୀ ଓ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଏନଏସଏସ କୋର୍ଡିନେଟର ଏବଂ ପ୍ରୋଗ୍ରାମ ଅଫିସରମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ସୋଆରେ ଆୟୋଜିତ ରକ୍ତଦାନ ଶିବିରକୁ ଅତିଥିମାନେ ପରିଦର୍ଶନ କରିଥିଲେ।

Tags: #NSS #Intervention #OnlineEducation #DisasterManagement #BloodDonationCamp

LEAVE A REPLY

Please enter your comment!
Please enter your name here