ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସରକାରଙ୍କ ପକ୍ଷରୁ  ଆଇଏଏସ ସ୍ତରରେ ଅଦଳବଦଳ କରାଯାଇଛି। ଏହି କ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ସରକାର ସ୍ୱାସ୍ଥ୍ୟ ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି। ଶକ୍ତି ସଚିବ ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ଗ୍ରୀଡକୋ ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିବେ।

ଅନ୍ୟପଟେ କୃଷି ସଚିବ ଅରବିନ୍ଦ ପାଢ଼ୀ ବୟନ ଓ ହସ୍ତତନ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା ବେଳେ ସୁରେଶ ବଶିଷ୍ଠଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବ ଦାୟିତ୍ୱ ମିଳିଛି। ସାମାଜିକ ନିରାପତ୍ତା ଓ ସଶକ୍ତିକରଣ ସଚିବ ଭାସ୍କର ଜ୍ୟୋତି ଶର୍ମା ବିଜ୍ଞାନ ଓ କାରିଗରୀ ବିଭାଗର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ।

ସେହିପରି ଓରମାସ୍ ସିଇଓ ଗୁହା ପୁନମ ତାପସ କୁମାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ଵ ତୁଳାଇବେ। ଡି. ବୃନ୍ଦାଙ୍କୁ ସରକାର ଏନଏଚଏମର ମିଶନ ଡାଇରେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି। ସେହିଭଳି ସଞ୍ଜୟ କୁମାର ମିଶ୍ରଙ୍କୁ ଓପିଟିସିଏଲର ଏମଡି ଓ ସରୋଜ କୁମାର ମିଶ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ପଦ ମିଳିଛି।

Tags: #IASReshuffle #swasthyaMission

Comment