ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ କିଟ୍ ଷ୍ଟାଡିୟମଠାରେ ଚାଲିଥିବା ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ଦୁଇଟି ସେମିଫାଇନାଲ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଦିନ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ)କୁ ୪-୦ ଗୋଲରେ ହରାଇ ବିଜୟୀ ହୋଇଛି ଖୋର୍ଦ୍ଧା ଟିମ୍।

ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇଥିବା ଖୋର୍ଦ୍ଧା ଟିମର ପ୍ରସାଦ କୁଜୁର ଦ୍ଵିତୀୟ କ୍ଵର୍ଟରରେ ପ୍ରଥମ ଗୋଲ କରିବା ପରେ ରୋସନ କୁଜୁରଙ୍କ ଗୋଲ ବଳରେ ଖୋର୍ଦ୍ଧା ୩-୦ରେ ଅଗ୍ରଣୀ ଲାଭ କରିଥିଲା। ଏହି ମ୍ୟାଚରେ ଅନ୍ତିମ ଗୋଲ ଦେଇଥିଲେ ଖୋର୍ଦ୍ଧା ଟିମର ଆକାଶ ସୋରେଙ୍ଗ।

ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଟିକେ ଟିକେ ଭୁଲ ଯୋଗୁଁ ଦଳକୁ ପରାସ୍ତା ହେବାକୁ ପଡ଼ିଲା। କିନ୍ତୁ ଏହି ମ୍ୟାଚରେ ଅନେକ କିଛି ଶିଖିବାକୁ ମିଳିଲା ବୋଲି କୁହନ୍ତି ଖୋର୍ଦ୍ଧା ଟିମକୁ ପ୍ରଥମ ସେମିଫାଇନାଲରେ ଭେଟିଥିବା ସେଲ ଟିମର ଖେଳାଳି କେରୋବିନ ଲାକ୍ରା।

“ସେମିଫାଇନାଲରେ ଜିତିବାକୁ ଆମ ଟିମ୍ ବହୁତ ପରିଶ୍ରମ କରିଛି। ସବୁ ଖେଳାଳିମାନେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଛନ୍ତି। ଟିମର ସହଯୋଗ ହିଁ ପ୍ରଥମ ସେମିଫାଇନାଲରେ ଆମକୁ ବିଜୟୀ କରିଛି। ଆଗାମୀ ମ୍ୟାଚରେ ଚାମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛୁ,” କହିଛନ୍ତି ଖୋର୍ଦ୍ଧା ଟିମର ଖେଳାଳି ଅଭିଷେକ ଲାକ୍ରା।

ପ୍ରଥମ ସେମିଫାଇନାଲରେ ସେଲକୁ ୪-୦ ଗୋଲରେ ହରାଇ ଆମ ଟିମ୍ ଜିତିଛି। ତଥାପି ଟିମରେ ଯେଉଁ କେତେକ କମି ରହିଛି ତାହାକୁ ଆଗାମୀ ମ୍ୟାଚଗୁଡ଼ିକରେ ଦୂର କରିବାକୁ ଚେଷ୍ଟା କରାଯିବ। ଖେଳାଳିମାନେ ବହୁତ ପରିଶ୍ରମ କରୁଛନ୍ତି। ପୂର୍ବ ଅପେକ୍ଷା ଆଗାମୀ ମ୍ୟାଚରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଟିମ୍ ନିଜର ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ଖୋର୍ଦ୍ଧା ଟିମର କୋଚ ଲାଜାରୁସ ବାର୍ଲା।

ରାଜ୍ୟ ସିନିଅର ପୁରୁଷ ହକି ଚାମ୍ପିଅନସିପସର ପାଇନାଲ ଲାଇନଅପ ଚୂଡ଼ାନ୍ତି ହୋଇଛି। ପ୍ରଥମ ସେମିଫାଇନାଲରେ ବିଜୟୀ ହୋଇଥିବା ଖୋର୍ଦ୍ଧା ଟିମ୍ ଏବଂ ଦ୍ଵିତୀୟ ସେମିଫାଇନାଲରେ ଜିତିଥିବା ପୂର୍ବତଟ ରେଳବାଇ ମଧ୍ୟରେ ଶୁକ୍ରବାର ଦିନ ଫାଇନାଲ ମ୍ୟାଚ ଖେଳାଯିବ।

Tags: #OdishaForSports #Hockey #HockeyMensChampionship #Matches #SailTeam #KhordhaTeam

Comment